୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ଜିଲ୍ଲା ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୫ ତାରିଖରେ ବଡ଼ଦିନ ପର୍ବ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଅନେକ ସମୟରେ ରକ୍ତ ସଂଗ୍ରାହାଳୟରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରକ୍ତର ଅଭାବ ସମସ୍ୟା ଦୂର କରିବା ପାଇଁ ଅନେକ ସ୍ବେଛାସେବୀ ସଂଗଠନ ଅନେକ ସମୟରେ ରକ୍ତଦାନ କେନ୍ଦ୍ର କରୁଥିବା ବେଳେ ଆଜି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ସମାଜ ତରଫରୁ ମଧ୍ୟ ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ଖ୍ରୀଷ୍ଟିଆନ ସମାଜ ସଭାପତି ପାଷ୍ଟର ଜୟ ପୁସୁରୁ, ସଂପାଦକ ପାଷ୍ଟର ସାମୁଏଲ ଗରଡା, ପାଷ୍ଟର ପି ଏସ୍ ନକୁଲ, ରେଗଲାଣ୍ଡ ରେମପାଲ ଓ ସର୍ବ କୁମାର ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ ।