୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- ଉତ୍କଳ ବିଶ୍ୱବିଦ୍ୟାଳୟର ୮୦ ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସେବା ଯୋଜନା ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁକୁଲ୍ୟରେ ଏକ ସ୍ୱତନ୍ତ୍ର ସ୍ବେଚ୍ଛାକୃତ ରକ୍ତଦାନ ଶିରବୀର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଉଦ୍ଘାଟନ କରି ବିଶ୍ୱବିଦ୍ୟାଳୟର କୁଳପତି ସମ୍ମାନନୀୟା ପ୍ରଫେସର ସବିତା ଆଚାର୍ଯ୍ୟ ପିଲା ମାନଙ୍କୁ ରକ୍ତଦାନର ଉପକାରିତା ବିଷୟରେ ଉଦବୋଧନ ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମନୟଗାନ ବ୍ୟକ୍ତି ମାନକ ମଧ୍ୟରେ ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ଡ଼. ବ୍ରଜ ନାରାୟଣ ପାତ୍ର, ସଂଯୋଜକ ଏନ ଏସ ଏସ, ସ୍ନାତୋକୋତ୍ତର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୀର୍ତ୍ତି ରଞ୍ଜନ ମଲ୍ଲିକ, ସାମାଜିକ କର୍ମୀ ସେକ କଲିମୁଲ୍ଲା ତଥା ବିଭିନ୍ନ ମହାବିଦ୍ୟାଳୟର ଆସିଥିବା ଜାତୀୟ ସେବା ଯୋଜନା ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ପ୍ରେରିତ ତଥା ଉତ୍ସାହିତ କରିଥିଲେ । ଉକ୍ତ ଶିବିରରେ ଦୁଇ ସହ ଅଠର ବୋତଲ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମକୁ ସ୍ୱଛରୁ ରୂପେ ପରିଚାଳିତ କରିବାରେ ଏନ ଏସ ଏସ କାର୍ଯ୍ୟାଳୟର ରବି ନାରାୟଣ ପାତ୍ର, ପ୍ରଶାନ୍ତ ମହାରଣା, ମମତା ଲତା ଦାସ, ସୁଭାସ ପ୍ରଧାନ ତଥା ଜିତେନ୍ଦ୍ର ଦାସ ସମସ୍ତେ ସହାୟତା କରିଥିଲେ ।