No Result
View All Result
୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗର୍ଡମା ପଞ୍ଚଯାତ ଆଦିବାସୀ ଦୁର୍ଗମ ଅଂଚଳରେ ଗର୍ଡମା କ୍ଲୋଷ୍ଟର ଗାଟୁଗୁଡା ପ୍ରlଥମିକ ବିଦ୍ୟାଳୟର ବହୁଭାଷୀ ( କୁଇ ) ଶିକ୍ଷକ ନକୁଳ ମଲ୍ଲିକ ଙ୍କ ଦେହ କିଛି ଦିନ ହେବ ଅସୁସ୍ଥ ଥିବା ହେତୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି ହେlଇ ଥିଲେ l ତାଙ୍କ ପେଟ ପୋଲିଉଁଟି ଥିବାରୁ ପାଣିକଢ଼l ଯାଇଥିଲା l ତାଙ୍କର ଦେହ ବହୁତ ସଙ୍କଟ ପୂର୍ଣ୍ଣ ହେlଇଥିବାରୁ ତାଙ୍କୁ କଟକ ବଡ ମେଡିକାଲ ରେ ଭର୍ତି କରାଯାଇଛି l ଆଜି ସକାଳରେ ଶୁଣି ଗଜପତି ଜିଲ୍ଲା ବହୁଭାଷୀ ( କୁଇ ) ଶିକ୍ଷକ ସଙ୍ଘ ତରଫରୁ ଆର୍ଥିକ ସହାୟତ ପ୍ରଦାନ କରାଯାଇଛି l
ନକୁଳ ମଳିକ ଙ୍କ ତାଙ୍କ ବାସଭବନ ବୁଡ଼ାନେଳି କୁ ଯାଇ ଜିଲ୍ଲା ସଭାପତି ସୁନାମ ସେନ ମାଝୀ, ଉପସଭାପତି ବିଶ୍ୱlମିତ୍ର ପ୍ରଧାନ, ସମ୍ପାଦକ ଗୋକୁଳା ନନ୍ଦ ମାଝୀ, କସାଦକ୍ଷ ଲଷ୍ମଣ ମଲ୍ଲିକ, ଉପଦେଷ୍ଟ ତ୍ରିଲୋଚନ ମାଝୀ, ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ l ଏବଂ ସର୍ବ ମୋଟ 14000/-ଟଙ୍କା ସାହାଯ୍ୟ କରିଛନ୍ତି l ଆନ୍ୟାନ୍ୟ ଜିଲ୍ଲା କୋରାପୁଟ, ରାୟଗଡା ସୁନ୍ଦରଗଡ଼ କଳାହାଣ୍ଡି କନ୍ଧମାଳ ଜିଲ୍ଲାରୁ 5696 ଟଙ୍କା ସାହାଯ୍ୟ କରିଛନ୍ତି l ତେବେ ମୋଟ 19696/- ଟଙ୍କା ର ଅର୍ଥରାଶି ପ୍ରଦାନ କରିଛନ୍ତି କୁଇ ଶିକ୍ଷକ ସଂଘ l

No Result
View All Result