୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଲାସିଂ ଗ୍ରାମ ପଞ୍ଚାୟତ ଠାରେ ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମାଗଣା ସ୍ବାସ୍ଥ୍ୟ ଶିବିରକୁ କୁ ସ୍ଥାନୀୟ ସରପଞ୍ଚ ସୁକ ଶବର ଶୁଭ ଉଦଘଟନ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ପଞ୍ଚାୟତର ୱାର୍ଡ ସଭ୍ୟ ମାନେ ସହଯୋଗ କରିଥିଲେ l
ଏହି ଶିବିର ରେ ସମସ୍ତ ରୋଗୀ ମାନଙ୍କ ରକ୍ତଚାପ , ସୁଗର ପରୀକ୍ଷା କରାଯିବା ସହ ସେମାନଙ୍କ ରୋଗ ଚିହ୍ନଟ କରି ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିର ରେ ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟାରେ ଲୋକେ ଯୋଗ ଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ ।
ଏହି ଶିବିରରେ ଜେମ୍ସ ହସ୍ପିଟାଲର ର ଚକ୍ଷୁ ରୋଗ, ଆସ୍ତିଶୈଳ ଓ ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଅପସ୍ଥିତ ରହି ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ । ଉକ୍ତ ସ୍ଵାସ୍ଥ୍ୟ ଶିବିରକୁ ଉତ୍ତମ ରୁପେ ପରିଚାଳନା କରିବା ସହ ଜେମ୍ସ ହସ୍ପିଟାଲର ବ୍ଲକର ଜନ ସଂପର୍କ ଅଧିକାରୀ ଏନୋସ ସ୍ୱାଲସିଂ ଓଡିଶା ସରକାରଙ୍କ ବିଏସକେୱାଇ ସ୍ଵାସ୍ଥ୍ୟ କାର୍ଡ ବିଷୟରେ ଲୋକଙ୍କୁ ସଚେତନା କରିଥିଲେ ଓ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏହିପରି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି କହିଥିଲେ ।













