No Result
View All Result
୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା ଚିଲିକା :- ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କାଳୁପଡାଘାଟ ଠାରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ବେଶ୍ ପ୍ରତିଷ୍ଠା ଲାଭ କରିଥିବା ମାତୃବିହାର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୨ ତମ ବାର୍ଷିକ ଉତ୍ସବ ଏବଂ ମାତୃମୀରା କଳା ନିକେତନ ର ୨୩ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୂଖ୍ୟ ଡ଼. ସୁଧାଙ୍ଗିନୀ ହରିଚନ୍ଦନ ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାପାତ୍ର ଙ୍କ ସଭାପତିତ୍ୱରେ ଆରମ୍ବ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଓଡିଶା ନିୟୁ ଲାଇଫ ଏଜୁକେସନ ଟ୍ରଷ୍ଟ ସେକ୍ରେଟାରୀ ଶ୍ରୀଯୁକ୍ତ ପ୍ରସାଦ ତ୍ରିପାଠି,ନାରୀ ନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ରାଉତ,ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ସଂଜୟ କୁମାର ଦାସ ଆଦି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ଅଭିଭାଷଣ ରଖିଥିଲେ, ଏହି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାପାତ୍ର ଓ ଶିକ୍ଷା ଅନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ସାହାର୍ଯ୍ୟ ଓ ପ୍ରେରଣା ଦ୍ଵାରା ଏହି କାର୍ଯ୍ୟ କ୍ରମରେ ଛାତ୍ର ଓ ଛାତ୍ରୀ ମାନେ ଯୋଗ ଦେଇ ନିଜର କଳା ଅଭିନୟ ସୁଚାରୁ ରୂପେ ସଂପାଦନ କରିଥିଲେ ।ଏବଂ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏଠାକୁ ପ୍ରାୟ ୨୦୦୦ ରୁ ଅଧିକ ଅଭିଭାବକ ମାନଙ୍କ ସହ ଛାତ୍ର ଛାତ୍ରୀ ମନୋରଂଜନ କରିବାକୁ ଆସିଥିଲେ । ଜରିପଡ଼ା ଗ୍ରାମ ପଞ୍ଚାୟତ, ଟାଙ୍ଗୀ ଗ୍ରାମ ପଞ୍ଚାୟତ ସୋରଣ ଗ୍ରାମ ପଞ୍ଚାୟତ, ମାନସିଂହ ପୂର୍ ଗ୍ରାମ ପଞ୍ଚାୟତ, ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ସର୍ବସାଧାରଣ ମାନଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମ ଏକ ମନୋରଞ୍ଜନର ଖୋରାକ ଯୋଗେଇଥିଲା,ଏହି କାର୍ଯ୍ୟ କ୍ରମ ଦୁଇ ଦିନ ହେଲା ଚାଲିଥିଲା ବେଳେ କରୋନା ମହାମାରୀର ଉତ୍ପୀଡନରେ ଦୀର୍ଘ ଦୁଇ ବର୍ଷ ଧରି ଏହି କାର୍ଯ୍ୟ କ୍ରମ ହୋଇନଥିଲା । ଏ ବର୍ଷ ଏହି କାଯ୍ୟ କ୍ରମ ଅନୁଷ୍ଠିତ ହେବା ଦ୍ବାରା ଏ ଅଂଚଳର ଅଧିବାସୀ ଓ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦ ମୁଖରିତ ହୋଇ ପଡ଼ିଛନ୍ତି। ଶିକ୍ଷାକେନ୍ଦ୍ର ପକ୍ଷରୁ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
No Result
View All Result