No Result
View All Result
୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ୍ ବାଦପୁର ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜେମ୍ସ ହସ୍ପିଟାଲ ଏବଂ ଗିଫ୍ଟ ସୋସାଇଟି୍ ର ନିର୍ଦ୍ଦେଶକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନଙ୍କ ମିଳିତ ଉଦ୍ୟମରେ ପାଖାପାଖି ୨୦୦ ଜଣ ଗରିବ ଲୋକମାନଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପ୍ରଦାନ କରାଯାଇଥିଲା । ଏହି ଶୀତ ମାସରେ ଅନେକ ଗରିବ ରୋଗୀମାନେ ସ୍ବାସ୍ଥ୍ୟ ଚିକିତ୍ସା ନ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏପରିକି କେତେକ ଗରିବ ରୋଗି ମୃତ୍ୟ ବରଣ କରିଛନ୍ତି । ସମସ୍ତ ଗରିବ ଲୋକମାନଙ୍କୁ ମାଗଣା ରେ ଉନ୍ନତ ମାନର ଚିକିତ୍ସା ପ୍ରଦାନ କରିବା ଏବଂ ମୁକ୍ତ ଔଷଧ ପ୍ରଦାନ କରିବା ହେଉଛି ଜେମ୍ସ ହସ୍ପିଟାଲ ଏବଂ ଗିଫ୍ଟ ସୋସାଇଟି୍ ର ମୁଖ୍ୟ ଉଦ୍ଦେଶ୍ୟ । ଗିଫ୍ଟ ମିଶନ ଏପରି ଅନେକ କାର୍ଯ୍ୟକ୍ରମ କରିଆସୁଥିଲା ବେଳେ ଏଥର ଜେମ୍ସ ହସପିଟାଲର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।
ଜେମ୍ସ ହସ୍ପିଟାଲର ମ୍ୟାନେଜର ପି. ଅନୀଲ, ବିଜୁ ସ୍ବାସ୍ଥ୍ୟ କାର୍ଡ ଧାରୀଙ୍କୁ ଏହି ଶ୍ରୀକାକୁଲମ ସ୍ଥିତ ଜେମ୍ସ ହସ୍ପିଟାଲ ରେ ସମସ୍ତ ରୋଗର ମାଗଣା ଚିକିତ୍ସା ରହିଥିବାରୁ ଏହାର ସୁଯୋଗ ନେବାଲାଗି କହିଥିଲେ । ଏପରି ସୁଯୋଗଥିବା ଜାଣି ଜନସାଧାରଣ ଜେମ୍ସ ହସ୍ପିଟାଲ ରେ କର୍ଯ୍ୟକାରିମନଙ୍କୁ କୃତଜ୍ଞତା ଜଣେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜେମ୍ସ ହସ୍ପିଟାଲ ର ଡଃ. ଚୈତନ୍ୟା, ଏରିଆ ମ୍ୟାନେଜର ପି.ଅନିଲ, ଆପଲ୍ ନାଇଡୁ, କେ. ଦୀପା, ନାରାୟଣ ରାଓ, ସାଜଁନ କାଉଁରି, ପଦ୍ମାବତୀ ଓ ସ୍ଥାନୀୟ ପାଳକ ବିକାସ କର ଉପସ୍ଥିତି ଥିଲେ

No Result
View All Result