• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
December 21, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ
Share on FacebookShare on TwitterWhatsapp

୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ସିକେ ବିର୍ଲା ହେଲ୍‌ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍‌ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଭରସାଯୋଗ୍ୟ କ୍ଲିନିକ ଚିକିତ୍ସା, ଏକ ମୂଲ୍ୟ ପ୍ରତିଶ୍ରୁତି ଏବଂ ବିଶ୍ୱସ୍ତ ଯତ୍ନ ପ୍ରଦାନ କରୁଛି । ଭୁବନେଶ୍ୱରର ଏହି କେନ୍ଦ୍ର ହେଉଛି ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଦେଶରେ ୧୨ତମ କ୍ଲିକିନ୍ ଯାହାର ଉପସ୍ଥିତି ଦିଲ୍ଲୀ, ଗୁରୁଗ୍ରାମ, କୋଲକାତା, ଲକ୍ଷ୍ନୌ, ପାଟନା ଏବଂ ବାରାଣାସୀ ଆଦି ବିଭିନ୍ନ ସ୍ଥାନରେ ପୂର୍ବରୁ ରହିଛି । ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ବର୍ତମାନ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଫର୍ଟିଲିଟି ଓ ଆଇଭିଏଫ୍ ବ୍ରାଣ୍ଡ୍ । ସମସ୍ତ କେନ୍ଦ୍ରରେ ଏହା ବିବିଧ ସନ୍ତାନ ପ୍ରସବ ସହ ଉଚ୍ଚ ଗର୍ଭଧାରଣ ହାର ପ୍ରଦାନ କରୁଥିବା ବେଳେ ୯୫% ରୋଗୀ ସନ୍ତୁଷ୍ଟ ରହିଛନ୍ତି । ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ୫୦ ବର୍ଷର ପରମ୍ପରା ଥିବା ସିକେ ବିର୍ଲା ଗ୍ରୁପ୍ ଏହାର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ମାଧ୍ୟମରେ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି ।ନୂଆ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସିକେ ବିର୍ଲା ହେଲ୍‌ଥକେୟାରର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ସିଇଓ ଅକ୍ଷତ ସେଠ୍ କହିଛନ୍ତି ଯେ, “ସିକେ ବିର୍ଲା ଗ୍ରୁପ୍‌ର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ଜରିଆରେ ଉଲ୍ଲେଖନୀୟ କ୍ଲିନିକ ଫଳାଫଳ, ଗବେଷଣା ଏବଂ ନବସୃଜନ ଜରିଆରେ ଭବିଷ୍ୟତର ଫର୍ଟିଲିଟିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟ ନେଇ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ସଠିକ୍ ପ୍ରଜନନ ବିକଳ୍ପ ଚୟନ କରିବାରେ ଦମ୍ପତିମାନଙ୍କୁ ସଶକ୍ତ କରିବା ଦିଗରେ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ଏକ ପଦକ୍ଷେପ । ବିର୍ଲା ଫର୍ଟିିଲିଟି ଆଣ୍ଡ୍ ଆଇଭିଏଫ୍‌ରେ ଭରସାଯୋଗ୍ୟ ଫର୍ଟିଲିଟି ଚିକିତ୍ସା ଉପରେ ସଚେତନତନା ଗଠନ କରିବା ଏବଂ ତାହାକୁ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଆମେ ଉଦ୍ୟମ କରୁଛୁ, ଯେଉଁଥିପାଇଁ ଆମେ ସାରା ଦେଶରେ ଆମର ବିଶ୍ୱ ଶ୍ରେଣୀୟ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରୁଛୁ । ଭୁବନେଶ୍ୱର ପରେ ଆମେ କଟକ, ଗୌହାଟି, ଚଣ୍ଡିଗଡ଼ ଏବଂ ଯାଜପୁର ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛୁ । ସାରା ଦେଶରେ ସମାଜରେ ଫର୍ଟିଲିଟି ସଚେତନତାକୁ ବଢ଼ାଇବାର ପ୍ରତିବଦ୍ଧତା ସ୍ୱରୂପ ଆମର ସମସ୍ତ ଓପିଡି ପରାମର୍ଶ ବିନା ମୂଲ୍ୟରେ ମିଳିବ ।’’ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଭିଏଫ୍ ଭୁବନେଶ୍ୱରର କନସଲଟାଂଟ୍ ଡାକ୍ତର ଲିପ୍‌ସା ମିଶ୍ର କହିଛନ୍ତି ଯେ, “ସାଧାରଣ ଭାବନାଠାରୁ ବିପରୀତ ଫର୍ଟିଲିଟି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କୁ ପ୍ରଭାବିତ କରିଥାଏ ଏବଂ ଆମେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନକେନ୍ଦ୍ରିତ କରିବୁ । ଗୋଟିଏ ଛାତ ତଳେ ବହୁ ଶୃଙ୍ଖଳୀୟ ସୁବିଧା ଯୋଗାଇଦେଇ ଦମ୍ପତିମାନଙ୍କର ସାମଗ୍ରିକ ଫର୍ଟିଲିଟି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଆମର ଡାକ୍ତରୀ ପଦ୍ଧତି ଅତୂଳନୀୟ, ଯେଉଁଠାରେ ଆମର ନ୍ୟୁଟ୍ରିସନିଷ୍ଟ ଟିମ, ପରାମର୍ଶଦାତା, ଏଣ୍ଡ୍ରୋକ୍ରାଇନୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଆମର ଫର୍ଟିଲିଟି ବିଶେଷଜ୍ଞମାନଙ୍କ ସହିତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି । ଭୁବନେଶ୍ୱରରେ ଆମର ନୂଆ କେନ୍ଦ୍ର ଦମ୍ପତିଙ୍କ ପାଇଁ ସମ୍ଭାବନାର ଏକ ଦୁନିଆ ଉଜାଗର କରି ଗୁଣାତ୍ମକ ସେବା ସେମାନଙ୍କୁ ସ୍ଥାନୀୟ ଭାବେ ଉପଲବ୍ଧ କରାଇବ । ଆମର ମୂଲ୍ୟ ପ୍ରତିଶ୍ରୁତି ଯୋଗୁ ଏହା ସବୁ ରୋଗୀଙ୍କ ପାଖରେ ପହଂଚିବା ନିଶ୍ଚିତ ହୋଇପାରିବ । ଏହି କେନ୍ଦ୍ରରେ ରହିଛି ଆଧୁନିକ ନିଦାନ ଉପକରଣ ଏବଂ ବିଶ୍ୱ ଶ୍ରେଣୀର ଫର୍ଟିଲିଟି ଚିକିତ୍ସା ଏବଂ ଏହା ଉଭୟ ପୁରୁଷ ଏବଂ ମହିଳା ଫର୍ଟିଲିଟି ସମସ୍ୟା ପାଇଁ ସଦ୍ୟତମ ଏବଂ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରୁଛି । ଦମ୍ପତିମାନେ ସେମାନଙ୍କ ସୁବିଧା ଅନୁଯାୟୀ ଏକ ପରିବାର ଆରମ୍ଭ କରିବାର ଯୋଜନା କରୁଥିବାରୁ ଆମେ ଫର୍ଟିଲିଟି ପ୍ରିଜର୍ଭେସନ ମଧ୍ୟ ପ୍ରଦାନ କରୁଛୁ , ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ମଧ୍ୟରୁ ଅନ୍ୟତମ । ଓଭାରିଆନ କୋର୍ଟେକ୍ସ ଟିସୁ ଫ୍ରିଜିଙ୍ଗ ହେଉଛି କ୍ୟାନ୍ସର ରୋଗୀଙ୍କ ପାଇଁ ଫର୍ଟିଲିଟି ପ୍ରିଜର୍ଭେସନର ଏକ ଅତ୍ୟାଧୁନିକ କୌଶଳ, ଯାହାକୁ ଦକ୍ଷିଣ ପୂର୍ବ ଏସିଆରେ ଏହି କୌଶଳର ଅଗ୍ରଗାମୀ କରାଇଥିବା ଟିମ ଦ୍ୱାରା ବିଏଫଆଇ ଠାରେ କରାଯାଇଛି । ’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version