୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଓ ମାତୃନୀଳୟର ବାର୍ଷିକ ଉତ୍ସଵ ପାଳନ କରାଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସଵ ପାଳନ କରାଯାଇଛି । ମୁଖ୍ୟ ଅତୀଥି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀ ନାଥ ମହାରଣା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବାଳ ମୁକୁନ୍ଦ ଦାସ , ସମ୍ମାନିତ ଅତିଥି ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ,ବ୍ଲକ ଶିକ୍ଷା ଅଧିକାରୀ ସନାତନ କୁମାର ଜାଲି,ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମାକାନ୍ତ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ ଏବଂ ଶିକ୍ଷା ସହିତ ଶିଶୁ ଙ୍କ ବିକାଶ ରେ ମା’ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥି ମାନେ ଭାଷଣ ମାଧ୍ୟମ ରେ ବୁଝାଇଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷ ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ ।