୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ।ଏଠାରେ ଲୋକସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ପଛୁଆ ବର୍ଗ ତଥା ସଂଖ୍ୟାଲଘୁ ଜନସାଧାରଣ ଙ୍କ ସଂଖ୍ୟା ଅଧିକ ଅଟେ।ମୋହନା ବ୍ଲକ ଗଜପତି ଜିଲ୍ଲାର ସର୍ଵ ବୃହତ୍ତମ ବ୍ଲକ ଅଟେ।ସ୍ଥାନୀୟ ସଂଖ୍ୟାଲଘୁ କର୍ମକର୍ତ୍ତା ମିଳିତ ଭାବେ ଆଜି ସ୍ଥାନୀୟ ଅନୁଗ୍ରହ ପୀଠ ଠାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ସଂଖାଲଘୁ ଜନସାଧାରଣଙ୍କୁ ଡକାଇ ଏକ ବୃହତ ବିଶ୍ୱ ସଂଖ୍ୟାଲଘୁ ଦିବସ ବା ପ୍ରି-କ୍ରିସମାସ ପାଳନ କରିଛନ୍ତି।
ଏଥିରେ ସ୍ଥାନୀୟ କ୍ରିଷ୍ଟବିଶ୍ୱାସୀ ଲୋକଙ୍କ ସହ ଅଂଚଳରେ କାର୍ଯ୍ୟ କରୁଥିବା ଏବଂ ଧର୍ମ ଯାଜକ ମାନଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଶ୍ୱ ସଂଖ୍ୟାଲଘୁ ଦିବସ ଟିକୁ ଆଡମ୍ବର ସହ ପାଳନ କରିଥିଲେ।ଏହି ସମାରୋହରେ ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଜେଡି ନେତା ଡକ୍ଟର ତିରୁପତି ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ଏମ. ଜଗଦୀଶ ରାଓ, ବ୍ଲକ ଅଧକ୍ଷ ରଞ୍ଜୀବ ଶବର,
ପୂର୍ବତନ ବ୍ଲକ ଅଧକ୍ଷ ତଥା ସଂଖ୍ୟଲଘୁ ନେତା ରାମ ଦଳବେହେରା, ଦଣ୍ଡାସି ସାହୁ, ବିଜେଡି ନେତା ତଥା ସମାଜସେବୀ ଜଗବନ୍ଧୁ ଦାସ, ସ୍ଥାନୀୟ କର୍ମକର୍ତ୍ତା ଙ୍କ ସମେତ ବହୁ ବିଶିଷ୍ଟ ନେତା, କର୍ମୀ, ଧର୍ମଗୁରୁ ଙ୍କ ସମେତ ଗଞ୍ଜାମ, ଗଜପତି ସହ କନ୍ଧମାଳ ଜିଲ୍ଲାର ହଜାର ହଜାର ସଂଖ୍ୟାଲଘୁ ଜନସାଧାରଣ ଉପସ୍ଥିତ ରହି ପ୍ରି-କ୍ରିସମାସ ପାଳନ କରିବାସହ ଉପସ୍ଥିତ ଅତିଥିମାନେ ଆଗାମୀ ନୂତନ ବର୍ଷ ସମସ୍ତଙ୍କର ମଙ୍ଗଳ କାମନା କରିବାସହ ପ୍ରଭୁ ଯୀଶୁକ୍ରିସ୍ଟ ସମସ୍ତ ପରିବାରକୁ ଶାନ୍ତିରେ ରଖନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

© 2023 Odisha Taza News.