ଏଥିରେ ଏନ ସି ସି,ସ୍କାଉଟ,ଗାଇଡ କ୍ୟାଡେଟ ମାନଙ୍କୁ ସାମିଲ କରାଯିବ। ଦିବା ୧୧ ଘଟିକାରେ ସଂସ୍କୃତି ଭବନ ଠାରେ ସ୍ମୃତି ସଭା ଅନୁଷ୍ଠିତ ହେବ । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିବେ।ଏହା ପରେ ଦେଶପ୍ରେମ ଓ ଆଧ୍ୟାତ୍ମିକ ସମ୍ବଳିତ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।ବିଭିନ୍ନ ବିଭାଗ ଜୟନ୍ତୀ କାର୍ଯ୍ୟକ୍ରମ ରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ବୈଠକରେ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ହାଡୁ ସେଠୀ, ସ୍ମୃତି ସମିତି ର ସଦସ୍ୟ ହଜୁରୀ ନିଳକଣ୍ଠ ଖୁଣ୍ଟିଆ, ଶ୍ରୀ ମାୟାଧର ମହାରଣା,ଶ୍ରୀ ଧ୍ରୁବ ଚରଣ କର, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୋଛିକାର,ଶ୍ରୀ ଅନାମ ଚନ୍ଦ୍ର ସାହୁ, ଶ୍ରୀ ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି। ତେଣୁ ମା ବ୍ୟଗ୍ର ହୋଇ ନିଜ ପୁଅଝିଅ ଙ୍କୁ ଶୀତ ରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି।

© 2023 Odisha Taza News.