No Result
View All Result
୧୬ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ଏକ ଗୁରୁତ୍ୱପୂର୍ଣ୍ଣ ଗୁଡ୍ସ ଟର୍ମିନାଲ ଡି ଆର୍ ଏମ ରିଙ୍କେସ ରୟ ଙ୍କ ଦ୍ଵାରା ଉଦ୍ଘାଟିତ ହୋଯାଇଛି । ଏହା ଖୋର୍ଦ୍ଧା ଟାଉନ ଅଞ୍ଚଳ ନିକଟର ଶିଳ୍ପ ଗୁଡିକ ପାଇଁ ଲାଭଦାୟକ ହେବ ବୋଲି ସୂଚନା ଦିଆଯାଇଛି । କୋକୋ-କୋଲା,ଗହମ, ସିମେଣ୍ଟ,ଚାଉଳ ଇତ୍ୟାଦି ଟ୍ରାଫିକକୁ ପରିବହନ କରାଯାଇପାରିବ । ମାଲ ପରିବହନ ଲୋଡିଂ ଇତିହାସରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଆଉ ଏକ ମାଇଲ୍ ଖୁଣ୍ଟ ହାସଲ କରିଛି | ଖୋର୍ଧା-ବଲାଙ୍ଗୀର ରେଳ ଲାଇନର,ଖୋର୍ଦ୍ଧା ଟାଉନ ରେଳ ଷ୍ଟେସନରେ ଏକ ନୂତନ ସାମଗ୍ରୀ ଟର୍ମିନାଲ (ଗୁଡ୍ସ୍ ସେଡ୍) ଖୋଲାଯାଇଛି | ଏହାର ଉଦ୍ଦେଶ୍ୟ ହେଉଛି ଖୋର୍ଧା ଟାଉନ ଶିଳ୍ପାଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ ସାମଗ୍ରୀ ପରିବହନ କରିବା ।ଖୋର୍ଦ୍ଧାରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ବିଭାଗର ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଗୁଡ୍ସ୍ ସେଡ୍ ଉଦ୍ଘାଟନ କରିଥିଲେ । ଗୁଡ୍ସ୍ ସେଡ୍ ରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପାଇଁ ଏକ ଲଜିଷ୍ଟିକ୍ ଇନଫ୍ରାକ୍ଟର୍ ଅଛି | ପାନୀୟ ଜଳ ସୁବିଧା ଏବଂ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ସହିତ ସାମଗ୍ରୀ କଂକ୍ରିଟ ରାସ୍ତା,ଗୁଡ଼ସ୍ ଶେଡ ଅଫିସ, ମର୍ଚାଣ୍ଟ ରୁମ,ଶ୍ରମିକ ବିଶ୍ରାମ କକ୍ଷ ଇତ୍ୟାଦି ରହିଛି | ୭ କୋଟିରୁ ଅଧିକ ମୂଲ୍ୟରେ ଗୁଡୁସ ଟର୍ମିନାଲ୍ ପ୍ରତିଷ୍ଠା କରାଯାଇଛି |ଖୋର୍ଦ୍ଧା ଟାଉନ୍ ଗୁଡ୍ସ୍ ସେଡ୍ ହାଓଡ଼ା – ଚେନ୍ନାଇ ଜାତୀୟ ରାଜପଥ ସନ୍ନିକଟରେ ଅଛି | ଗ୍ରାହକଙ୍କ ପାଇଁ ଖୋର୍ଦ୍ଧା ଟାଉନ୍ ଶିଳ୍ପାଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ ସାମଗ୍ରୀ ପ୍ରେରଣ ଏବଂ ଗ୍ରହଣ କରିବା ଲାଭଦାୟକ ହେବ | ଏହି ଟର୍ମିନାଲରେ ମୁଖ୍ୟ ସାମଗ୍ରୀଗୁଡିକ ଗହମ, ଚାଉଳ,ସିମେଣ୍ଟ,କୋକୋ କୋଲା ମୃଦୂପାନିୟ ଇତ୍ୟାଦି ହେବ | ଏହି ସାମଗ୍ରୀ ଟର୍ମିନାଲରେ ପାର୍ସଲ ଟ୍ରାଫିକ୍ ମଧ୍ୟ ପରିବହନ କରାଯାଇପାରିବ | ଖୋର୍ଦ୍ଧା ଟାଉନରେ କରାଯାଇଥିବା ଗୁଡୁସ ଟର୍ମିନାଲ,ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ ଶେଷ ହେବା ପରେ ମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ଗୁଡୁସ ଟର୍ମିନାଲରେ ପରିଣତ ହେବ | ପ୍ରାୟ ୧୬୦ କିଲୋମିଟର ଦୂରତା ହ୍ରାସ କରି ସମ୍ବଲପୁର ଅଞ୍ଚଳରୁ ଅନେକ ସାମଗ୍ରୀ ଏହି ଗୁଡସ୍ ସେଡ୍ ମାଧ୍ୟମରେ ପରିବହନ କରାଯାଇପାରିବ |
No Result
View All Result