ଆଜି ତାଙ୍କ ସୋଢା ଗ୍ରାମ ବାସ ଭଵନ ଠାରେ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଶ୍ରୀ ନାଗଙ୍କ ଫୋଟୋ ଚିତ୍ରରେ ଫୂଷ୍ପମାଳ୍ୟ ଅର୍ପଣ କରିବା ସହିତ ତାଙ୍କ ପରିବାର ବର୍ଗ ସମବେଦନା ଜଣାଇଥିଲେ ।
ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ପୁରୋହୀତ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭାଗିରଥୀ ବେହେରା, ଦିଲ୍ଲିପ ପ୍ରଧାନ, ବିପିନ ସାହୁ , ଡୋଲାମଣି ବଢେଇ ,ପିତବାସ ଭୋଇ ,ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଭିଷ୍ମଦେବ ପଟେଲ ଙ୍କ ସମେତ ଅନ୍ୟ ବରିଷ୍ଠି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

© 2023 Odisha Taza News.