• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
September 18, 2026
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ
Share on FacebookShare on TwitterWhatsapp

ଲଣ୍ଡନ (ଓଡିଶା ତାଜା ନ୍ୟୁଜ ) ନି.ପ୍ର. :-  ବିଶ୍ୱର ସାଂସ୍କୃତିକ ରାଜଧାନୀ ଲଣ୍ଡନଠାରେ ନିକଟରେ “ଯୋଗ ଦ୍ୱାରା ଶାନ୍ତି କାମନା” ଶୀର୍ଷକ ଏକ ଅନନ୍ୟ ଓ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶକୁ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ, ବ୍ରହ୍ମ ବିଦ୍ୟା, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁ.କେ. (ଏସଜେଏସୟୁକେ) ଏବଂ ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍ (ଓସୁକ) ଆଦି ସଂଗଠନ ଆୟୋଜନ କରିଥିଲେ। ସମ୍ମିଳନୀରେ ଶତାଧିକ ଅଗ୍ରଣୀ ଆଧ୍ୟାତ୍ମିକ ଗୁରୁ,

ବିଶିଷ୍ଟ ସମ୍ପ୍ରଦାୟ ନେତୃମଣ୍ଡଳୀ ଏବଂ ପ୍ରଶାସନିକ ପଦାଧିକାରୀ ମାନେ ଯୋଗ ଦେଇଥିଲେ।ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୯ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଆଧ୍ୟାତ୍ମିକ ଉଚ୍ଛ୍ବାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଲଣ୍ଡନର ନେହରୁ ସେଣ୍ଟରରେ ଆୟୋଜିତ ଏହି ଭବ୍ୟ ସମାରୋହକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ଦେଖିବାକୁ ମିଳିଥିଲା।

ବୈଦିକ ମନ୍ତ୍ର ପାଠ ମଧ୍ୟରେ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉଦ୍‌ଘାଟନ ସମୟରେ ପ୍ରେମ ସାହୁଙ୍କ ଦ୍ୱାରା ଖୁବ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ ଏବଂ ସ୍ୱାମୀ ଶିବାନନ୍ଦଙ୍କ ଜୀବନ ଓ ଦର୍ଶନ ଉପରେ ଏକ ଆକର୍ଷଣୀୟ ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା। ବୈଠକକୁ ସମ୍ବୋଧନ କରି ବରେଣ୍ୟ ବକ୍ତା ମାନେ ସମ୍ପ୍ରତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅଶାନ୍ତି ପର୍ଯ୍ୟାୟରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ନିଃସ୍ୱାର୍ଥ ସେବା,ଚୀରନ୍ତନ ପ୍ରେମ ,

ଆଧ୍ୟାତ୍ମିକ ସାଧନା, ସାର୍ବଜନୀନ ଭ୍ରାତୃତ୍ୱ, ପାରସ୍ପରିକ ବୁଝାମଣା ଓ ବିଶ୍ୱ ଶାନ୍ତି ସମ୍ପର୍କିତ ଉପଦେଶ ଗୁଡ଼ିକର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ଇଂରାଜୀ ଭାଷା ରେ ଲିଖିତ “ଶିବାନନ୍ଦ ଯୋଗ–ଏ ୱାର୍ଲଡ଼ ୱ।ଇଡ଼ ଫେଂନୋମେନନ” ଶୀର୍ଷକ ପୁସ୍ତକକୁ ଏହାର ଲେଖକ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଓ ବ୍ରହ୍ମ ବିଦ୍ୟାର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମ ନିଷ୍ଠାନନ୍ଦ ସରସ୍ୱତୀ ଏବଂ ଇଂଲଣ୍ଡରେ ଅବସ୍ଥାପିତ ମରିସସ ଗଣରାଜ୍ୟର ଡେପୁଟି ହାଇ କମିଶନର ମହାମାନ୍ୟ ଶ୍ରୀ କେଭିନ୍ ପାୟେଣ୍ଡୀ ମିଳିତ ଭାବେ ଉନ୍ମୋଚନ କରିଥିଲେ।

ପୁସ୍ତକଟିରେ ଡିଭାଇନ ଲାଇଫ ସୋସାଇଟିର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦଙ୍କର ମୌଳିକ ଉପଦେଶ ଯଥା:-ସେବା କର, ପ୍ରେମ କର, ଦାନ କର, ଶୁଦ୍ଧତା ରଖ, ଧ୍ୟାନ କର ଏବଂ ଉତ୍ସର୍ଗୀକୃତ ସେବା, ଭକ୍ତି ଓ ଧ୍ୟାନ ମାଧ୍ୟମରେ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ କରି ମୋକ୍ଷ ପ୍ରାପ୍ତି କରିବା ଆଦି ବିଷୟବସ୍ତୁ ଉପରେ ବିସ୍ତୃତ ଵ୍ୟାଖ୍ୟାନ ସନ୍ନିବେଶିତ କରାଯାଇଛି। ବହିରେ ବ୍ୟକ୍ତିଗତ ଦାୟିତ୍ୱବତ୍ତା ଠାରୁ ଆରମ୍ଭ କରି ଶାନ୍ତି ଓ ସଦ୍ଭାବ ପୂର୍ଣ୍ଣ ବିଶ୍ୱ ଗଠନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।

ପୁସ୍ତକଟି ଜଗନ୍ନାଥ ଧାମ, ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଅଗ୍ରସୂଚନା ଲାଭ କରିବାର ବିରଳ ସମ୍ମାନ ଉପଲବ୍ଧ କରିଛି। ଏଥିରେ ୟୁରୋପୀୟ ଯୋଗ ଫେଡରେସନ, ଆମେରିକାର ମିଆମି, ଫ୍ଲୋରିଡାସ୍ଥିତ ଯୋଗ ରିସର୍ଚ୍ ଫାଉଣ୍ଡେସନର ସ୍ୱାମୀ ଜ୍ୟୋତିର୍ମୟାନନ୍ଦ, ଉତ୍ତରକାଶୀର ଶିବାନନ୍ଦ ସେବା ସମିତିର ସ୍ୱାମୀ ପ୍ରେମାନନ୍ଦ ଏବଂ ଜର୍ମାନୀର ଯୋଗ ବିଦ୍ୟା ମୁଖ୍ୟାଳୟର ଶୁଭେଚ୍ଛା ବାର୍ତ୍ତା ମାନ ମଧ୍ୟ ସ୍ଥାନ ପାଇଛି । ଏହି କାର୍ଯ୍ୟକ୍ରମ ‘ଚିଦାନନ୍ଦ ଦଶକ ୨୦୧୬–୨୬ : ଏକ ବିଶ୍ୱ ଶାନ୍ତି ଅଭିଯାନ’ ର ଅଂଶ ବିଶେଷ ଥିଲା ।

ସମାବେଶରେ ଉଦବୋଧନ ଦେଇ ଲେଖକ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଯୋଗ କେବଳ ଶାରୀରିକ ଅଭ୍ୟାସ ବା ଆସନ ମଧ୍ୟରେ ସୀମିତ ନରହି ଦୈନଦିନ ଜୀବନର ଅଂଶ ହେବା ଉପରେ ଜୋର ଦେଇଥିଲେ। ଏହା ଜାତି, ସମ୍ପ୍ରଦାୟ ଓ ଧର୍ମ ନିର୍ବିଶେଷରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ସ୍ୱାମୀଜୀ ଦର୍ଶାଇଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଉପସ୍ଥାପିତ ଯୋଗର ଚାରି ମାର୍ଗ ଯଥା:- ଞାନ ଯୋଗ, ରାଜ ଯୋଗ, ଭକ୍ତି ଯୋଗ ଓ କର୍ମ ଯୋଗ ସହିତ ସଂଯୋଗ ସ୍ଥାପନ କରିବାର ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ ।

ଶାନ୍ତି ପ୍ରଥମେ ବ୍ୟକ୍ତି ଭିତରେ, ତା’ପରେ ପରିବାର ମଧ୍ୟରେ ଏବଂ ସବା ଶେଷରେ ସାରା ବିଶ୍ୱକୁ ବ୍ୟାପ୍ତ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ସ୍ୱାମୀଜୀ ତାଙ୍କର ଅନୁଗାମୀ ଓ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଉପଦେଶାବଳୀକୁ ବ୍ୟକ୍ତିଗତ ଅଭ୍ୟାସରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏସଜେଏସୟୁକେର ଟ୍ରଷ୍ଟି ଏବଂ ଓସୁକର ସମ୍ପାଦକ ସୁକାନ୍ତ ସାହୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ସେ ୨୧ ଜୁନ୍‌କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଇ ସମଗ୍ର ବିଶ୍ୱକୁ ଏକତ୍ର କରିପାରିଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ସାଉଥ୍ ହଲ୍‌ ସ୍ଥିତ ଶ୍ରୀ ରାମ ମନ୍ଦିରର ଟ୍ରଷ୍ଟି ଜୟ ଶର୍ମା ଅଖଣ୍ଡ ବିଶ୍ୱାସ ଓ ନିରନ୍ତର ସାଧନା ଆଧାରରେ ଭକ୍ତି ଯୋଗର ରୂପାନ୍ତରକାରୀକରଣ ଶକ୍ତି ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ୟୁ.କେ. ସ୍ଥିତ ରାମକୃଷ୍ଣ ବେଦାନ୍ତ ସେଣ୍ଟରର ଦାୟିତ୍ୱାଧୀନ ମନ୍ତ୍ରୀ ସ୍ୱାମୀ ସର୍ବସ୍ଥାନନ୍ଦ, ପାର୍ବତୀ ଚୈତନ୍ୟ, ଡଃ ସହଦେବ ସ୍ୱାଇଁ, ଅନୁରାଧା ପାଣ୍ଡେ, ଡଃ ପ୍ରକାଶ ଦେ , ଅନୀତା ମିଶ୍ର, ପାର୍ଥ ପଣ୍ଡା, ସୁନୀତା ଗୁପ୍ତା, ନିତ୍ୟାନନ୍ଦ ପଟ୍ଟନାୟକ ଏବଂ ଶୁଭକାନ୍ତ ଦାସ ପ୍ରମୁଖ ଅନ୍ୟତମ ଥିଲେ । ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ହାଇ କମିଶନ, ଲଣ୍ଡନସ୍ଥିତ ମରିସସ ହାଇ କମିଶନ ଏବଂ ନେହରୁ ସେଣ୍ଟର ଏହି କାର୍ଯ୍ୟକ୍ରମର ପ୍ରୟୋଜକ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ

ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ

September 18, 2026
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

September 18, 2026
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

London hosts”Yoga : An Appeal For Peace “Programme”

September 18, 2026
ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ

ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ

ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ

September 18, 2026
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version