ଜୈନ ସନ୍ଥ ଗୁରୁଜି , ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ୨୭ ନମ୍ବର ଯୋନ ର କର୍ପୋରେଟର ସୁଧାଂଶୁ ଶେଖର, ଏସପି ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁ ଏବଂ ପଠାଣି ସମନ୍ତଙ୍କ ପ୍ରତିମୂର୍ତ୍ତି ଏବଂ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ଏବଂ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ସମାଜ ସେବୀ ମାନି ପଣ୍ଡା,
ସମାଜସେବକ ରୋହିତ କୁମାର ଏବଂ ରକ୍ତଦାତା ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଶିବିରକୁ ଉତ୍ସାହ ମଣ୍ଡନ କରିବା ସହିତ ରକ୍ତଦାନ କରିଥିଲେ ଏହି ରକ୍ତଦାନ ଶିବିରକୁ କଳାଭୂମିର ଅଧ୍ୟକ୍ଷ ତଥା ଯୁବ ବଂଶୀବାଦକ ତଥା ସମାଜସେବୀ ପ୍ରମୋଦ କୁମାର ପତି ପରିଚାଳନା କରିଥିଲେ । କଳାଭୂମି ର ସଦସ୍ୟ ଡ଼ଃ ସୁଚିତ୍ରା ଦାସ, ନାଦିରା ଫତିମା, ରିତାଞ୍ଜଳୀ ବଡ଼ଜେନା, ସୃତି ମିଶ୍ର,ସ୍ବତୀକ, କଳାଭୂମିର ସଦସ୍ୟ ପ୍ରମୁଖ ସହଯୋଗ କରିଥଲେ । ଏହି ଅବସରରେ 30ୟୁନିଟ ରକ୍ତ ସଂଗ୍ରହ କରକ୍ୱାଯାଇଥିଲା

© 2023 Odisha Taza News.