No Result
View All Result
୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର /ଖୋର୍ଦ୍ଧା :- ଗଣମାଧ୍ୟମ ହିଁ ସମାଜର ଜାଗ୍ରତ ପ୍ରହରୀ, ସେମାନେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାଷା ଓ ସାହିତ୍ୟର ପ୍ରଗତି ସାଧନ କରିପାରିବେ । ଭାଷା ବଂଚିଲେ ଆମେ ବଂଚିବା- ଗଣମାଧ୍ୟମ ଏକ ପ୍ରଚଣ୍ଡ ନିରବ ବିପ୍ଲବ’ର ଆହ୍ୱାନ ଦେବ ବୋଲି ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଛନ୍ତି । ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଗତିଶୀଳ ତ୍ରିଭାଷୀ ସଂବାଦପତ୍ର ‘ଆଶାପ୍ରଦୀପ’ ଆନୁକୂଲ୍ୟରେ ‘ଭାଷା ସାହିତ୍ୟ ସୁରକ୍ଷାରେ ଗଣମାଧ୍ୟମର ଭୂମିକା’
ସଂପର୍କିତ ଆଲୋଚନା ଚକ୍ରରେ ବକ୍ତାମାନେ ମତପୋଷଣ କରିଛନ୍ତି । ମୁଖ୍ୟ ଅତିଥି ତଥା ଉଦ୍ଘାଟକ ରୂପରେ ମାନ୍ୟବର ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡର ସଦସ୍ୟ- କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ । ସଂପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟ’ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଶେଷ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ସାଂବାଦିକ ଦୟାନିଧି ଦାଶ,
ମାନ୍ୟବର ବିଧାୟକ ଅରବିନ୍ଦ ଢାଲି, ବିଶିଷ୍ଟ କବି ରକ୍ଷକ ନାୟକ ତଥା ରାଜଭବନ ଲୋକ ସଂପର୍କ ଅଧିକାରୀ, କବି ଦୁର୍ଗାଚରଣ ଷଡଙ୍ଗୀ, ଆଇନଜୀବୀ ତଥା ଭାରତୀୟ ଭାଷା ଆନ୍ଦୋଳନ ମହିଳା ସହ ପ୍ରମୁଖ ପ୍ରତିଭା ବର୍ମା, ସମାଜସେବୀ ଭୀମସେନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ‘ଆଶାପ୍ରଦୀପ’ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହେବା ସହ ଡ. ଦୁର୍ବାଦଳ ମେହେର’ଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା ।
ଆଶାପ୍ରଦୀପ ସ୍ୱତନ୍ତ୍ର ଗଣମାଧ୍ୟମ ସମ୍ମାନ ୨୦୨୨ ବରିଷ୍ଠ ସାଂବାଦିକ ଦୟାନିଧି ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଆଶାପ୍ରଦୀପ ସ୍ୱତନ୍ତ୍ର ସମ୍ମାନ କବି ରକ୍ଷକ ନାୟକ, ଆଶପ୍ରଦୀପ ବିଶେଷ ସୃଜନ ସମ୍ମାନ କବି ଦୁର୍ଗାଚରଣ ଷଡଙ୍ଗୀ, ଆଶାପ୍ରଦୀପ (Business Excellency Award -2022, VLCC Institute, Patia, Business Partner) ସୁମିଶା ମେହେର,
କବି ଡ. ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ, ଓଡ଼ିଶା ତାଜା ନ୍ୟୁଜ ର ସମ୍ପାଦକ ସମ୍ବାଦିକ ଅଭିମନ୍ୟୁ ମହାରଣାଙ୍କ ସମେତ ବହୁ ପ୍ରତିଭାଧରଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ସଂଜୀବ କୁମାର ଦାଶ ।

No Result
View All Result