୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ ଜିଲ୍ଲା :- ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନା ରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । କୁନି କୁନି ବୈଜ୍ଞାନିକମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୨ଟାରେ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ତଥା ନୟାଗଡ଼ ଜିଲ୍ଲା ସଂସ୍କୃତ ବିକାଶ ପରିଷଦର ଅଧ୍ଯକ୍ଷ ବିଜୟ କୁମାର ରଥଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଓଡିଶାର ପ୍ରଥମ ମହିଳା ଆର୍କିଟେକଚର ଇଂ.ଗୀତା ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନ ରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ପ୍ରତ୍ଯେକ ଅଭିଭାବକମାନେ ନିଜ ନିଜର ଶିଶୁମାନଙ୍କୁ ଉପଯୁକ୍ତ ସଂସ୍କାରରେ ଗଢିବା ପାଇଁ ନିବେଦନ କରିଥିଲେ। ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ବିଗତ ତିନି ଦିନ ଧରି ଅନୁଷ୍ଠିତ ହୋଇ ଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଗତ ଶିଶୁ ଦିବସରେ ଅନୁଷ୍ଠିତ ହୋଇ ଥିବା କୌତୁକ ପୋଷାକ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ଯ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ବିଜ୍ଞାନ ମେଳା ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ମାଣିକେଶ୍ଵର ସ୍ବାଇଁ, ପିଣ୍ଡିକେଶ ଆଞ୍ଚଳିକ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ଯାପକ ଆଲୋକ ଚନ୍ଦ୍ର ସାମନ୍ତରାୟ,ସିଆରସିସି ପ୍ରଦୀପ କୁମାର ସାହୁ ଓ ଦୁର୍ଗାକାନ୍ତ ଆଚାର୍ଯ୍ୟ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ଯାୟାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିବା ବେଳେ ବିଦ୍ଯାଳୟ ର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।