No Result
View All Result
୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ :- ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ବରଗଡ ଜିଲ୍ଲା ଶାଖା ପକ୍ଷରୁ ଆଜି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ,ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜି ଙ୍କ ଜରିଆରେ ୫ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସମସ୍ତ କର୍ମଚାରୀ ବରଗଡ ପୁରୁଣା ମୁଖ୍ୟ ଚିକିତ୍ସାଳୟ ରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ସହର ପରିକ୍ରମା କରିବା ସହ ବରଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସେମାନଙ୍କ ପ୍ରମୁଖ ଦାବୀ ମଧ୍ୟରେ୧-ସ୍ୱାସ୍ଥ୍ୟକର୍ମୀ ମାନଙ୍କ କେଡର୍ ପୁନଃ ଗଠନ, ୨.୩.୧୧.୨୦୨୦ ରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର,୩-୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଚାକିରି କରୁଥିବା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ମୂଳ ଚାକିରି ରେ ଗଣନା କରି ୬ ଟି ଇନକ୍ରିମେଣ୍ଟ ପ୍ରଦାନ,୪-ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପଦବୀ ର ନାମ ପରିବର୍ତ୍ତନ,୫-ପୋଷାକ ଭତ୍ତା ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ ଆଦି ରହିଛି ।
ରାଜ୍ୟ ସରକାର ସଂଘ ର ଦାବି ପ୍ରତି ବିଚାର ନକଲେ ତେବେ ଆସନ୍ତା ୧୪ ତାରିଖ ଠାରୁ କର୍ମୀ ମାନେ ନିୟମିତ କାର୍ଯ୍ୟ କରିବେ ହେଲେ କୈାଣସି ପ୍ରକାରର ରିପୋର୍ଟ ପ୍ରଦାନ କରାବେ ନାହିଁ ଏବଂ ଆସନ୍ତା ୨୧ ତାରିଖ ରୁ ସମ୍ପୁର୍ଣ୍ଣ କାର୍ଯ୍ୟବନ୍ଦ କରିଯିବ ବୋଲି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ବରଗଡ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ,ବିଗତ ଦିନ ମାନଙ୍କରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ତଥା ବରଗଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ମଧ୍ୟ ଏହି ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ରାଜ୍ୟ ଓଡ଼ିଶା ସରକାର ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
No Result
View All Result