ସେ ମହିଳା କର୍ମୀମାନଙ୍କୁ ସମ୍ବୋଧନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇ ବକ୍ତବ୍ୟ ରଖିଥିଲେ କିନ୍ତୁ ଦଳର ନେତା,ବିଧାୟକ ଓ ନାରୀନେତ୍ରୀ ମାନଙ୍କ କୀର୍ତ୍ତି କଳାପ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ l ବିଗତ ଦିନରେ ତାଙ୍କ ପ୍ରତି ଦଳୀୟ ନେତୃତ୍ୱର ବୈମାତୃକ ମନୋଭାବର ପର୍ଦାଫାସ୍ କରି ସଂଗଠନକୁ ଆହୁରି ଅଧିକ ଦୃଢୀଭୂତ କରିବା ପାଇଁ କହିଥିଲେ । ମୁଁ ବିଜେଡି କୁ ଭଲ ପାଉଛି ଓ ପାଉଥିବି ବୋଲି ଶ୍ରୀ ସାହୁ କହିଥିବା ବେଳେ ନିର୍ବାଚନ ମଣ୍ଡଳୀର ମାଆ ମାନେ ଯଦି ସ୍ଵତଃ ପ୍ରବୃତ ଭାବରେ ମୋତେ ଆଉଥରେ ବିଧାୟକ ଭାବରେ ଚାହାନ୍ତି ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଗୋଟିଏ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ ।
ଉପସ୍ଥିତ ମହିଳା ମାନେ “ରଘୁ ବାବୁ ଆମର ନେତା, ଚିଲିକା ମାଟିର ଭାଗ୍ୟ ବିଧାତା ” ନାରାରେ ସଭା ସ୍ଥଳ କୁ ହୁଳହୁଳି ଶବ୍ଦରେ ପ୍ରକମ୍ପିତ କରି ଦେଇଥିଲେ । ଚିଲିକା ବ୍ଲକ ମହିଳା ସଂଗଠନ ଓ ବିଭିନ୍ନ ମହିଳା ସଂଘ ଏକାଠି ହୋଇ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ମଜଭୂତ କରିବା ପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ସମାବେଶରେ ମହିଳା ସଭାନେତ୍ରୀ ବନିତା ସାହୁ, ସବିତା ସୁନ୍ଦରାୟ, ରଞ୍ଜିତା ସେଠି, ଶର୍ମିଷ୍ଠା ମହାରଣା, ପ୍ରଭାତୀ ସେଠି, ବୈଜୟନ୍ତିବାଳl ଖୁଣ୍ଟିଆ ସହଯୋଗ କରିଥିଲେ।

© 2023 Odisha Taza News.