ଆଜି ସକାଳ ୯ଟା ସମୟରେ ସନ୍ତରଣ ଅଭ୍ୟାସ ପାଇଁ ସୋହେଲଙ୍କ ସମେତ ୨୦ରୁ ୨୫ ଜଣ ଯୁବକ ଯୋବ୍ରା ବ୍ୟାରେଜ ନିକଟକୁ ଆସିଥିଲେ । ସୁରକ୍ଷା ବ୍ୟବସ୍ଥା ନଥାଇ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଜଣେ ପ୍ରଶିକ୍ଷକ ସେଠାରେ ଉପସ୍ଥିତ ଥିଲେ ।
ମୃତ ଯୁବକକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରି ନଥିଲା ବେଳେ, ସ୍ଥାନୀୟ ନୋଳିଆ ମାନେ ଯୁବକକୁ ପାଣିରୁ ଉଦ୍ଧାର କରି କୂଳକୁ ଆଣିଥିଲେ । ସଙ୍ଗେ ସଙ୍ଗେ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଗତପୁର ପୋଲିସ ପ୍ରଶିକ୍ଷଣ ଦେଉଥିବା ବ୍ୟକ୍ତିକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

© 2023 Odisha Taza News.