• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟ ଶାସନ ସଚିବଙ୍କ ନନ୍ଦନକାନନ ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା : ରୋପୱେ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
December 10, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମୁଖ୍ୟ ଶାସନ ସଚିବଙ୍କ ନନ୍ଦନକାନନ ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା : ରୋପୱେ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
Share on FacebookShare on TwitterWhatsapp

୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଛନ୍ତି । ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅଞ୍ଚଳରେ ବାଘ,ସିଂହ, ଭାଲୁ ଓ ତୃଣଭୋଜୀ ଜୀବଜନ୍ତୁ ମାନଙ୍କ ପାଇଁ ସଫାରି ନିର୍ମାଣ ହେବ । ସଫାରି ମଧ୍ୟରେ ପର୍ଯ୍ୟଟକ ମାନଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାକେନ୍ଦ୍ର ମଧ୍ୟ ରହିବ । ଏହି ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ବାରନ୍ବିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ରୋପୱେକୁ ଆସନ୍ତା ଏକମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିବା ଆଶା କରାଯାଉଥିବାରୁ ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ରୋପୱେରେ ଦୈନିକ ପ୍ରାୟ ୩ ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ପର୍ଯ୍ୟଟକ ମାନେ ବଟାନିକାଲ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଭାବେ ଯିବା ଆସିବା କରିପାରିବେ ।ସେହିଭଳି ୯ କୋଟି ଟଙ୍କା ବିନିମୟରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ହ୍ରଦରେ ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ବଟାନିକାଲ ଗାର୍ଡେନ ସମ୍ମୁଖ ଗେଟ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସଂପର୍କରେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ସେ ପରାମର୍ଶ ଦେଇଥିଲେ ।ଏହାପରେ ପ୍ରାଣୀ ଉଦ୍ୟାନରେ ଥିବା ଟୟଟ୍ରେନ, ପ୍ରସ୍ଥାନ ସ୍ଥାନର ନିର୍ମାଣ କାର୍ଯ୍ୟ, ପର୍ଯ୍ୟଟନ ସହାୟତା କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ । ବହୁତଳ ଓ ବସ ପାର୍କିଂ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ । ନନ୍ଦନକାନନର ଆଧୁନିକିକରଣ ନିମନ୍ତେ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶକଙ୍କୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଆଧୁନିକୀକରଣ ଶେଷ ହେବା ନେଇ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଡଃ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ଡଃ ସଞ୍ଜିତ କୁମାର, ଖୋରଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୋକାନୀକୁ ଉଠାଇ ନେଲା ପୋଲିସ ଭକ୍ତ ବୋହିନେଲା ଖଜା

ଦୋକାନୀକୁ ଉଠାଇ ନେଲା ପୋଲିସ ଭକ୍ତ ବୋହିନେଲା ଖଜା

May 29, 2026
ମହାପ୍ରଭୁଙ୍କ ଆଗରେ ପାରମ୍ପରିକ ମାହାରୀ ନୃତ୍ଯକୁ ବଡଦାଣ୍ଡ ଓ ମଞ୍ଚରେ ପ୍ରଦର୍ଶିତ କରାନଯାଉ

ମହାପ୍ରଭୁଙ୍କ ଆଗରେ ପାରମ୍ପରିକ ମାହାରୀ ନୃତ୍ଯକୁ ବଡଦାଣ୍ଡ ଓ ମଞ୍ଚରେ ପ୍ରଦର୍ଶିତ କରାନଯାଉ

May 29, 2026
ଗଜପତି : ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଗଜପତି : ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

May 28, 2026
ପ୍ରାଚୀନ ଶୈବ ପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଟିକିନିଖି ପ୍ରସ୍ତୁତିର ସମୀକ୍ଷା କଲେ ପରିବହନ ମନ୍ତ୍ରୀ

ପ୍ରାଚୀନ ଶୈବ ପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଟିକିନିଖି ପ୍ରସ୍ତୁତିର ସମୀକ୍ଷା କଲେ ପରିବହନ ମନ୍ତ୍ରୀ

May 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୋକାନୀକୁ ଉଠାଇ ନେଲା ପୋଲିସ ଭକ୍ତ ବୋହିନେଲା ଖଜା

ଦୋକାନୀକୁ ଉଠାଇ ନେଲା ପୋଲିସ ଭକ୍ତ ବୋହିନେଲା ଖଜା

May 29, 2026
ମହାପ୍ରଭୁଙ୍କ ଆଗରେ ପାରମ୍ପରିକ ମାହାରୀ ନୃତ୍ଯକୁ ବଡଦାଣ୍ଡ ଓ ମଞ୍ଚରେ ପ୍ରଦର୍ଶିତ କରାନଯାଉ

ମହାପ୍ରଭୁଙ୍କ ଆଗରେ ପାରମ୍ପରିକ ମାହାରୀ ନୃତ୍ଯକୁ ବଡଦାଣ୍ଡ ଓ ମଞ୍ଚରେ ପ୍ରଦର୍ଶିତ କରାନଯାଉ

May 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version