• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home କଟକ

ହସ୍ତତନ୍ତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି କର୍ପୋରେଟ ସେକ୍ଟର ଆଗେଇ ଆସିବା ଉଚିତ : ରାଜ୍ୟପାଳ

Proprietor Abhimanyu Maharana by Proprietor Abhimanyu Maharana
December 10, 2022
in କଟକ, ମହାନଗର, ହୋମ୍
0
ହସ୍ତତନ୍ତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି କର୍ପୋରେଟ ସେକ୍ଟର ଆଗେଇ ଆସିବା ଉଚିତ : ରାଜ୍ୟପାଳ
Share on FacebookShare on TwitterWhatsapp

ଫେସନ୍ ଶୋ’ରେ ସ୍ଥାନୀୟ ବୁଣାକାରଙ୍କ ପୋଷାକରେ ଚମକିଲେ ମଡେଲ୍‌

· ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଫେସନ୍ ସୋ’ ଓ ୱାକ୍ ଫର ୱିଭର୍ସ ଆୟୋଜିତ

· ନଅ ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧନା

୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଶୁକ୍ରବାର ଦିନ କଳା ଭୂମି ଏକ ଭିନ୍ନ ପରିବେଶ ଆହରଣ କରିଥିଲା ଯେଉଁଠାରେ ଏକ ଫେସନ ଶୋ’ରେ ମଡେଲ୍‌ମାନେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଡିଜାଇନର ପୋଷାକ ପରିଧାନ କରି ର‌୍ୟାମ୍ପ୍ ୱାକ୍ କରିଥିଲେ । ଦର୍ଶକମାନଙ୍କୁ ତାହା ଏକ ରୋମାଂଚକ ଅନୁଭୂତି ପ୍ରଦାନ କରିଥିଲା । ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଏହି ଫେସନ୍ ଶୋ’ ଆୟୋଜନ କରାଯାଇଥିଲା । ଏଥିରେ ଭାଗ ନେଇଥିବା ମଡେଲ୍‌ମାନେ ହାତବୁଣା କପଡ଼ାରେ ତିଆରି ପୋଷାକ ପିନ୍ଧି କେବଳ ସୁନ୍ଦର ନୁହେଁ ବରଂ ବେଶ ଆକର୍ଷଣୀୟ ଦେଖାଯାଉଥିଲେ । ସମାଜର ବିଭିନ୍ନ କ୍ଷେତ୍ର ଏଥିରେ ଅଂଶଗ୍ରହଣ କରି ର‌୍ୟାମ୍ପ୍‌ରେ ଚାଲିଥିଲେ ଏବଂ ଏହାର ମହତ୍ ଉଦ୍ଦେଶ୍ୟକୁ ସମର୍ଥନ କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, “ଓଡ଼ିଶା ହସ୍ତତନ୍ତର ଇତିହାସ ଅତ୍ୟନ୍ତ ପ୍ରାଚୀନ ଏବଂ ଏହା ପ୍ରକୃତି ଦ୍ୱାରା ପ୍ରେରିତ । ଓଡ଼ିଶାର ଗର୍ବ ଏବଂ ଗୌରବ ହୋଇଥିବା ଏହି ହସ୍ତତନ୍ତରେ ଓଡ଼ିଶାର ଜନଜୀବନର ଶୈଳୀ, ପରମ୍ପରା, ଲୋକଚରିତ୍ର ଏବଂ ଲୋକକଥା ବହୁମାତ୍ରାରେ ପ୍ରକାଶିତ । ଏହି ପରମ୍ପରାକୁ ଆହୁରି ପରିପୁଷ୍ଟ କରିବା ଏବଂ ହସ୍ତତନ୍ତ ସାମଗ୍ରୀ କିଭଳି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିବ ସେଥିପାଇଁ ବିଭିନ୍ନ ସ୍ତରରେ ଯୋଜନା ହେବା ଆବଶ୍ୟକ । ଏହି ଦିଗରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କାର୍ଯ୍ୟ ଜାରି ରଖିଛନ୍ତି । ଏହାବ୍ୟତୀତ ବେସରକାରୀ ସ୍ତରରେ କର୍ପୋରଟ ଜଗତ ମଧ୍ୟ ଏହାକୁ ପ୍ରୋସାôହିତ କରିବା ଲାଗି ଆଗେଇ ଆସିବା ଦରକାର । ସଭିଙ୍କୁ ମୁଁ ହସ୍ତତନ୍ତର ବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦେବାକୁ ଚାହିଁବି । ’’

ଆହୁରି ମଧ୍ୟ ଶ୍ରୀ ଗଣେଶୀ ଲାଲ ବିଦେଶୀ ପରିକଳ୍ପିତ ପୋଷାକ ବଦଳରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କାର୍ଯ୍ୟକ୍ରମରେ ହସ୍ତତନ୍ତ ତିଆରି ପୋଷାକର ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ । ଅନେକ ବିଶ୍ୱବିଦ୍ୟାଳୟ ସେହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । କଳାହାଣ୍ଡୀ ବିଶ୍ୱବିଦ୍ୟାଳୟ ଏଥନିକ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ଆଗେଇ ଆସିଛି ।” ଏହି ଅବସରରେ ଡବ୍ଲୁଟିସି ଭୁବନେଶ୍ୱରର ସହକାରୀ ନିର୍ଦେଶିକା ନିମେଶିକା ନଟରାଜନ କହିଛନ୍ତି ଯେ, “ଓଡ଼ିଶାର ହସ୍ତତନ୍ତ ଏବଂ ନିରନ୍ତର ଫେସନର ପ୍ରସାର କରିବା ଏବଂ ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ଆନ୍ତର୍ଜାତିକ ବଜାରରେ ପହଂଚାଇବା ଲାଗି ୱାର୍ଲଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ଏହା ହେଉଛି ଏକ ଉଦ୍ୟମ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡବ୍ଲୁଟିସି ଭୁବନେଶ୍ୱରର ପରାମର୍ଶଦାତା ପଂଚମି ମାନୋ ଉକିଲ୍ ବିବରଣୀ ପ୍ରଦାନ କରିଥିବା ବେଳେ ଡକ୍ଟର ରୀନା ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜିର ପ୍ରଫେସର ବି ବି ଜେନା ଏବଂ ଅହମ୍ମଦାବାଦ ସ୍ଥିତ ଏଟଂରପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ୍ ଡକ୍ଟର ସୁନିଲ ଶୁକ୍ଳା ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟର ନଅ ଜଣ ବୁଣାକାର ପ୍ରଫୁଲ୍ଲ ମେହେର, ସୁଶିଳା ମେହେର, ରାମପ୍ରସାଦ ମେହେର, ବବିତା ମେହେର, ସୁକାନ୍ତି ମେହେର, ମଲ୍ଲିକା ବେୱା, ଜଗଜୀବନ ଚାନ୍ଦ, ପ୍ରମୋଦ କୁମାର ସୁର ଏବଂ ପ୍ରସନ୍ନ କୁମାର ଗୁଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

ଅପରାହ୍ନରେ ଏକ ପ୍ରଦର୍ଶନୀକୁ କବିସୂର୍ଯ୍ୟନଗରର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଡବ୍ଲୁଟିସି ଭୁବନେଶ୍ୱର ମହିଳା ଫୋରମ୍‌ର ପରାମର୍ଶଦାତା ଡକ୍ଟର ରୀନା ରାଉତରାୟ, ବୟନ ଉପ ନିର୍ଦେଶିକା ମଧୁସ୍ମିତା ଦାସ, ଓଏଏସ୍ ରାଜା ପରିଜା, ଜାତୀୟ ପୁରସ୍କାର ବିଜୟିନୀ ବୁଣାକାର ସୁକାନ୍ତି ମେହେର ଏବଂ ବୟନିକାର ବିପଣନ ପ୍ରବନ୍ଧକ ଅର୍ଥରଂଜନ ମହାପାତ୍ର ବୁଣାକାରମାନେ ସାମ୍ନା କରୁଥିବା ସମସ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ଆହ୍ୱାନ ବିଷୟରେ ଆଲୋଚନା କରିଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version