୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ରେ ଦିନକୁଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଆତଙ୍କ ରାଜ । ଦିନ ବେଳା ହାତୀ ପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ ।ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି ଏବଂ ଧନ ଜୀବନ ବି ବିପନ୍ନ ହେଉଛି । ଧାନ ଅମଳ ହେବାକୁ ଆଉ ଅଳ୍ପ କେଇଟା ଦିନ ବାକି ଅଛି । କିଭଳି ଭଲ ଅମଳ ହେଲେ ବର୍ଷ ଯାକ ଚଳିବ ଚଷା ପୁଅ ।
ହେଲେ ଚଷା ପୁଅର ସବୁ ଆଶା ଭରସା ଦଳି ମକଚି ହୋଇ ଯାଇଛି ହାତୀ ପଲଙ୍କ ପାଦରେ । ଆଜି ରାତିରେ ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ଉଗ୍ରତାରା ନିକଟରେ ଜଙ୍ଗଲରୁ ବାହାରି ଆସି ହାତୀ ପଲ ମଚାଇଛନ୍ତି ଆତଙ୍କ ରାଜ ।ଫଳରେ ଏକର ଏକର ଧାନ ଫସଲ ନଷ୍ଟ ଭଷ୍ଟ ହୋଇ ଯାଇଛି ହାତୀ ମାନଙ୍କ ପାଦରେ । ହାତୀ ପାଦରେ ଫସଲ ନଷ୍ଟ ହେଉଥିଵାରୁ ଚାଷୀ ବନ ଵିଭାଗ ଉପରେ ଦୋଷ ଲଦିଛି । କିଭଳି ଧାନ ଅମଳ କରିଵ କଣ ଖାଇବ ସେ ନେଇ ଚିନ୍ତାରେ ପଡିଛି ଚଷା ପୁଅ ।
ତେଣୁ ତ୍ୱରିତ ବେଗରେ ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି । ଆଜି ସକାଳ ସମୟରେ ଲୋକେ ମର୍ଣ୍ଣିଂ ୱାର୍କ ରେ ଯିବା ବେଳେ ୧୬ ଟିକିଆ ହାତୀ ପଲ ଉଗ୍ରତାରା ରାସ୍ତାରେ ଦେଖିବାକୁ ମିଳିଥିଲା । ଫଳରେ କିଛି ସମୟ ପାଇଁ ରାସ୍ତାରେ ଯାନ ବାହାନ ଚଳା ଚଳ ଠପ୍ ହୋଇ ଯାଈଛି । ଖବର ପାଇ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବା ପରେ ସ୍ୱାଭାବିକ ହୋଇଥିଲା ଗାଡି ଚଳା ଚଳ ।
ଏହି ହାତୀ ପଲରେ ୭ ଟି ଛୁଆ..୫ ଟି ମାଇ ହାତୀ ଓ ୪ ଟି ଦନ୍ତା ହାତୀ ଥିବାର ଦେଖିବାକୁ ମିଳିଛି । ଏତେ ସଂଖ୍ୟକ ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଗତ କିଛି ଦିନ ତଳେ ଧାନ ଫସଲ ଖାଇବାରୁ ଦନ୍ତା ପଟିଆ ସେକସନରେ ଜଣେ ଚାଷୀ ହାତୀକୁ ବିଦ୍ୟୁତ୍ ତାର ସାହାର୍ଯ୍ୟରେ ମାରି ଦେଇଥିଲେ । ତେଣୁ କିଛି ଅଘଟଣ ପୂର୍ବରୁ ବନ ବିଭାଗ ରେଂଜ୍ ଅଧିକାରୀ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି I














