ଆଜି ପୁଣି କେଦାର ନାୟକ, ତାଙ୍କ ସ୍ତ୍ରୀ ସୁଷମା ନାୟକ, ପୁଅ ସୁକାନ୍ତ ନାୟକ ଫାର୍ମ ନିକଟକୁ ଆସି ଦୁଇ ଲକ୍ଷ ଟଙ୍କା ମାଗିଥିଲେ l ଉକ୍ତ ଟଙ୍କା ଦେବା ପାଇଁ ସାରଥୀ ମନା କରିବା ପରେ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା | ପରେ କେଦାର ଏକ ଧାରୁଆ ଛୁରୀ ରେ ପ୍ରଥମେ ପୁଅ କୁ ଆକ୍ରମଣ କରି ଆହତ କରିଥିଲା ବାପା ବିରୋଧ କରିବାରୁ ବାପାର ଛାତି କୁ ଛୁରାରେ ଆକ୍ରମଣ କରିବାରେ ଘଟଣା ସ୍ଥଳରେ ସାରଥୀ ଟଳି ପଡ଼ିଥିଲେ l
ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ସାରଥୀ ଙ୍କୁ ନେଇ ବାଲୁଗାଁ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ସଂକ୍ରାନ୍ତ ରେ ବାଣପୁର ଥାନା ନାଚୁଣୀ ଫାଣ୍ଡି ରେ ପରିବାର ପକ୍ଷରୁ ଏକ ହତ୍ୟା ଅଭିଯୋଗ କରିବା ପରେ ପୋଲିସ 565/22 ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି | ଅଭିଯୁକ୍ତମାନେ ଫେରାର ଅଛନ୍ତି ବୋଲି ବାଣପୁର ଆଇ ଆଇ ସି ଜୟ ପ୍ରକାଶ ପରିଡା କହିଛନ୍ତି l

© 2023 Odisha Taza News.