No Result
View All Result
ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଆ ମାନଙ୍କର କୃଷି ଭିତ୍ତିକ ପର୍ବ ରଜକୁ ଅତି ଯାକ ଯମକରେ ପାଳନ କରାଯାଇଥାଏ l ମାଟି ମା ‘ ରଜସ୍ଫଳା ହୋଇଥିବାରୁ ଏହି 3 ଦିନଧରି କୌଣସି କାର୍ଯ୍ୟ ନକରିବା ବିଶେଷ କରି ଝିଅ ମାନେ ଦୋଳି ଝୁଲଣ ଲଗାଇ ସଜବାଜ ହୋଇ ଦୋଳି, ପୁଚି, ଲୁଡୁ, ତାସ, ନୃତ୍ୟ, ମାଟିରେ ପାଦ ଦେଇ କୌଣସି କାମ ନକରିବା ଇତ୍ୟାଦି ପରମ୍ପରା ବହୁ ପ୍ରାଚୀନ କାଳରୁ ରହି ଆସିଛି l

ରଜ ପର୍ବରେ କୃଷିକାରୀ ମାନେ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାନ୍ତି ବୋଲି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ବିରିଡି ବ୍ଲକ ସମନ୍ୟୁତ ଶିଶୁ ବିକାଶ ଯୋଜନା ପକ୍ଷରୁ ଶନିବାର ବ୍ଲକର କୁଳକଇଜଙ୍ଗା ବାଲିଭାଗବତ ଠାରେ ଆୟୋଜିତ ରଜ ଉଚ୍ଛବରେ ମତଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଡିଏସଡବ୍ଲୁଓ ବିଷ୍ନୁପ୍ରିୟା ସେଠୀ,

ସିଡ଼ିପିଓ ଧନେଶ୍ୱରୀ ନାୟକ, ଡିପିସି ତପସ୍ୱିନୀ ସାହୁ, ଏସଓ କବିତା ମୁର୍ମୁ, ସୁପରଭାଇଜର ରିମା ପ୍ରଧାନ, ସୁକାନ୍ତିବାଳା ପୃଷ୍ଟି, ବିଜୟଲଷ୍ମୀ ପଣ୍ଡା ଙ୍କ ସହ ଆଇସିଡ଼ିଏସ ଅଫିସର ସମସ୍ତ କର୍ମଚାରୀ ଯୋଗଦେଇଥିଲେ l ଏଥିରେ ବାଳିକା, କିଶୋରୀ ବାଳିକା ମାନେ ଯୋଗଦେଇ ନୃତ୍ୟ, ଗୀତ, ତାସ, ଲୁଡୁ, ପୁଚି, ଦୋଳି ଖେଳିବା ସହ ସଜବାଜ ହୋଇଥିଲେ l




No Result
View All Result