କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ଗ୍ରାମରେ ଥିବା ଏହି ଟ୍ରଷ୍ଟ ଗୁରୁବାର ଦିନ କଟକ ସହର ଗତିରାଉତପାଟଣା ନିକଟସ୍ଥ , ବସୁନ୍ଧରା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ରହୁଥିବା ୮୦ ଜଣ ଅସହାୟା ଛାତ୍ରୀଙ୍କୁ ବେଡ଼ସିଟ ଏବଂ କମଳ ପ୍ରଦାନ କରାଯାଇଥିଲା ।
ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଭିଷେକ ମେମୋରିଆଲ ଚାରି ଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ, ବିଜୟ କୁମାର ପାଲ, ଆଡ଼ଭୋକେଟ ଅନ୍ନପୂର୍ଣ୍ଣା ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଲେଙ୍କା , ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ବିମଳ ମହାନ୍ତି, ସଖାର ମୁଖ୍ୟ ପରିଚାଳିକା କବିତା ମହାପାତ୍ର, ସିଗ୍ଧା ବିଶ୍ୱାଳ , କ୍ଷଣପ୍ରଭା ସ୍ୱାଇଁ ଏବଂ କାଜିପାଟଣା ଗ୍ରାମର ମୁରବୀ ମାନେ ଯୋଗ ଦେଇ ଛାତ୍ରୀ ମାନଙ୍କୁ କମଳ ବେଡ଼ସିଟ ପ୍ରଦାନ କରିଥିଲେ ।

© 2023 Odisha Taza News.