No Result
View All Result
୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ :- ରାୟଗଡ ବ୍ଲକ ସ୍ତରୀୟ ଉତ୍ସବ ମହେନ୍ଦ୍ରଉତ୍ସବ ସକାଶେ ପ୍ରସ୍ତୁତି ବୈଠକ ଆଜି ବ୍ଲକ ସଦଭାବନା ଗୃହ ଠାରେ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ଉତ୍ସବ ଗଜପତି ଉତ୍ସବ ଆସନ୍ତା ମାସ ରେ 18 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବ୍ଲକ ସ୍ତରୀୟ ଉତ୍ସବ ପାଳନ କରାଯାଇ ଥାଏ। କରୋନା ଯୋଗୁଁ ଗତ ଦୁଇ ବର୍ଷ ଏହି ଉତ୍ସବ ବନ୍ଦ ଥିଲା। ଏହି ବର୍ଷ ଗଜପତି ଉତ୍ସବ ପାଳନ ହେବ। ସେହି ଅବସରରେ ରାୟଗଡ ବ୍ଲକ ରେ ମହେନ୍ଦ୍ର ଉତ୍ସବପାଳନ କରାଯାଇ ଥାଏ। ଆସନ୍ତା ମାସ 10 ଓ 11 ତାରିଖ ଦିନ ମହେନ୍ଦ୍ର ଉତ୍ସବ ପାଳନ କରାଯିବା ସକାଶେ ଆଜି ତାରିଖ ନିର୍ଦ୍ଧାରଣ କରାଯଇଛି।
ବ୍ଲକ ରେ ଥିବା 21 ଟି ପଞ୍ଚାୟତରେ ଜାନୁୟାରୀ 3 ଠାରୁ 7ତାରିଖ ମଧ୍ୟ ରେ ଉତ୍ସବ ପାଳନ କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।ପଞ୍ଚାୟତ ସ୍ତରୀୟ ଉତ୍ସବରେ ସାଂସ୍କୃତିକ ନୃତ୍ୟ ଓ କ୍ରୀଡ଼ା ପ୍ରତଯୋଗିତା ମାନ କରି ପ୍ରତି ପଞ୍ଚାୟତରୁ ଗୋଟାଏ ଲେଖାଏଁ ସାଂସ୍କୃତିକ ନୃତ୍ୟ ଓ କ୍ରୀଡ଼ା ପ୍ରତଯୋଗି ଙ୍କୁ ବ୍ଲକ ସ୍ତରୀୟ ଉତ୍ସବ ରେ ଭାଗ ନେବାକୁ ନିଷ୍ପତ୍ତି ନିଆ ଯାଇଛି। ଉତ୍ସବ ସକାଶେ ବିଭିନ୍ନ ପ୍ରକାର ପରିଚାଳନା କମିଟି ମାନ ବଛା ଯାଇଛି ପ୍ରତି ପଞ୍ଚାୟତରୁ ଗୋଟିଏ ଲେଖାଏଁ ଓ ପ୍ରତି ଲାଇନ୍ ବିଭାଗରୁ ଷ୍ଟଲ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।
ରାୟଗଡ ସଦର ମହକୁମା ରେ 7 ତାରିଖ ରେ ରାହାଗିରି କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତି ପଞ୍ଚାୟତ ରୁ ଏଥିରେ ଭାଗ ନେବାକୁ ଅନୁରୋଧ କରାଯାଇଛି। ଉକ୍ତ ବୈଠକରେ ଅଧକ୍ଷା ପୂର୍ଣ୍ଣବାସି ନାୟକ, ଉପାଦ୍ଧକ୍ଷ ଜ୍ୟୋତି ପ୍ରସାଦ ପାଣି, ଏବିଡ଼ିଓ ପିତାମ୍ବର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା,ଥାନା ଅଧିକାରୀ ଆନନ୍ଦ ପାତ୍ର, ଡାକ୍ତର ଶ୍ରବଣ କୁମାର, ଆଦିବାସୀ ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ଓ ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ସମସ୍ତ ପଞ୍ଚାୟତ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀଧର ଦାସ ପରିଚାଳନାରେ ସହଯୋଗ କରିଥିଲେ


No Result
View All Result