ନୟାଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଇତିହାସ ବିଭାଗ ପ୍ରଫେସର ଡ଼ଃ ଶଙ୍କର୍ଷଣ ମଲ୍ଲିକ ଙ୍କ ତତ୍ୱା ବଧାନରେ ଇତିହାସ ବିଭାଗର 8 ଜଣ ଗବେଷଣା ରତ ଛାତ୍ର ଛାତ୍ରୀ ଦାଶରଥି ପଟ୍ଟନାୟକ ଆନ୍ତର୍ଜାତିକ ପାଠାଗାର, ସଂଗ୍ରହାଳୟ ବୁଲି ଦେଖିଲେ ଓ ଖୁସି ପ୍ରକଟ କଲେ l

ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଓ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଲେ l ପାଠାଗାର ଓ ସଂଗ୍ରହାଳୟ ରେ ଛାତ୍ର ଛାତ୍ରୀ ମାନେ ଗବେଷଣା କାର୍ଯ୍ୟ ସମ୍ପାଦନା କଲେ l ବିସ୍ମୟ ସାଧକ ଦାସିଆ ଅଜାଙ୍କ ଆସାଧାରଣ ସାଧନା ଓ ବିଶ୍ୱ ବିଦିତ କିର୍ତି ସମ୍ପର୍କେ ପ୍ରଫେସର ଶଙ୍କର୍ଷଣ ସାର୍ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କଲେ l














