୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଵିଜ୍ଞାନ ମେଳାଅନୁଷ୍ଠିତ ହୋଇ ଯାଇଛି।ଏହି ବିଜ୍ଞାନ ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ରଞ୍ଜନ ମଣ୍ଡଳ ଉଦଘାଟନ କରିଥିଲେ।ଗୁମ୍ମା ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୦ ଗୋଟି ପ୍ରକଳ୍ପ ଏଥିରେ ଭାଗ ନେଇଥିଲେ। ସାତ ଗୋଟି ସବ୍ ଥିମ ଉପରେ ପର୍ଯ୍ୟବେସିତ ସାତୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇ ଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ସ୍କୁଲର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ ପରିଚାଳନା କରିଥିଲେ।
ସମ୍ମାନିତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ ମୋହନ କହଁର ତଥା ବାବାଜୀ ପ୍ରଧାନ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ବିଚାରକ ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର ଓ ଉପଲଡା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଶିବ କଲ୍ୟାଣି ଆଚାରି ସମସ୍ତ ପ୍ରକଳ୍ପ କୁ ଅନୁଧ୍ୟାନ କରିଥିଲେ।ବିଭିନ୍ନ ପ୍ରକଳ୍ପରେ କୃତ କାର୍ଯ୍ୟ ହୋଇ ଥିବା ପ୍ରତିଯୋଗୀ ମାନେ ହେଲେ ମାଗୁଣି ବଡ଼ମୁଣ୍ଡି, ମାଲେଶ୍ୱରୀ ପାଇକ,ଏଲିକେଶ ରଇତ, ମାମା ଗୌରୀ ରଇତ,ପିଙ୍କି ରଇତ,ବି ଆରୁଦ୍ର, କୁନି ବେହେରା।ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ସି ଆର ସି ସି, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।














