No Result
View All Result
ଛୋଟ ଶିଶୁ ଓ ବୃଦ୍ଧମାନଙ୍କ ସୁରକ୍ଷା ପାଇଁ ବାଲୁଗାଓଁ ପୋଲିସ ଦ୍ୱାରା ଡିଜେ ବାଜାକୁ ରୋକ୍ ଲଗାଇବା ପାଇଁ ନିଆଯାଇଛି କଡା ପଦକ୍ଷେପ
୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଚାଲିଛି ବାହାଘରର ଋତୁ ବାଜୁଛି ଗାଁ ଗାଁରେ ଡିଜେ , ହେଲେ ଉଚ୍ଚ ଭଲ୍ୟୁମ୍ ରେ ଡିଜେ ବଜାଇ ଶବ୍ଦ ପ୍ରଦୂଷଣ କରୁଥିବା ବେଳେ ଆବାଳବୃଦ୍ଧବନିତା ଙ୍କ କାନରେ ଭାରି ପ୍ରଭାବ ପକାଉଛି ଏପରି ଏକ ଅଭିଯୋଗ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସଷ୍ଟେସନରେ । ଗତ କାଲି କିଛି ବଦମାସ ପିଲା ମାନେ ଡିଜେ ଗାଡି ଚଳାଇ ଗାଁ ଦାଣ୍ଡ ରେ ଶବ୍ଦ ପ୍ରଦୂଷଣ କରୁଥିବା ବେଳେ ଲୋକ ମାନଙ୍କୁ ହଇରାଣ ହରକତ କରିଥିବା ସ୍ଥାନୀୟ ବାସିନ୍ଦା ଙ୍କ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲା ଯାହାକୁ ଭିତ୍ତି କରି ପୋଲିସ ଉକ୍ତ DJ ଲୋଡ଼ିଂ ଗାଡି କୁ ପୋଲିସ ଜବତ କରିଛି । ବାଲୁଗାଁର ଏକ ବିବାହ ଶୋଭାଯାତ୍ରାରେ ଡିଜେ ଏବଂ ଅନ୍ୟାନ୍ୟ ସାଉଣ୍ଡ ସିଷ୍ଟମ ବଜା ଯାଉଥିଲା ଯାହା ଅତ୍ୟଧିକ ଉଚ୍ଚ ପିଚ୍ ଭଲ୍ୟୁମ୍ ଦେଇ ଲୋକଙ୍କ କାନରେ କଠୋର ଏବଂ ଭାରି ପ୍ରଭାବ ପକାଉଥିଲା
ଯାହାକୁ କବଜା କରିବାକୁ ଯାଇଥିବା ବେଳେ ପୋଲିସ କୁ ଦେଖି DJ ଗାଡି ଦୃତ ଗତିରେ ପଳାଇଯାଇ ଜନ ଜୀବନ କୁ ବିପଦ ସଙ୍କୁଳ ଅବସ୍ଥା ରେ ପକାଇଥିଲା ଯାହାର ପିଛା କରି ଲାଉଡ ସ୍ପିକର ସିଷ୍ଟମ ସହିତ ଗାଡି ଜବତ କରିଥିଲା ପୋଲିସ। କଳ ବଳେ କୌଶଳେ ଉକ୍ତ ଗାଡି ଓ ଡ୍ରାଇଭର କୁ ପୋଲିସ ଜବତ କରି ବାଲୁଗାଁ PS କେସ୍ ନମ୍ବର 271/2022 ରେ ରୁଜ୍ଜୁ କରାଯାଇଥିଲା । କେବଳ ଜନସାଧାରଣଙ୍କ ସୁରକ୍ଷା କରିବା ନୁହଁ ପରିବେଶ ଓ ସମାଜ କୁ କ୍ଷତି ପହଞ୍ଚାଉଥିବା ସାଉଣ୍ଡ ସିଷ୍ଟମକୁ ରୋକ୍ ଲଗାଇବା ଉପରେ କଟକଣା ଜାରି କରିଛନ୍ତି ବାଲୁଗାଁ ପୋଲିସ ପ୍ରଶାସନ । ଛୋଟ ଶିଶୁ ଓ ବୃଦ୍ଧମାନଙ୍କ ସୁରକ୍ଷା ପାଇଁ ବାଲୁଗାଓଁ ପୋଲିସ ଦ୍ୱାରା ଡିଜେ ବାଜାକୁ ରୋକ୍ ଲଗାଇବା ପାଇଁ କଡା ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି


No Result
View All Result