୦୪ ଡିସେମ୍ବର ରବିବାର (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :- ମୋହନା ବ୍ଲକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶନିବାର ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୮ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ମୋହନା ବ୍ଲକ ଶିକ୍ଷାଧିକାରୀ ଦେବଦାସ ତମରାପୁଙ୍କୁ ପ୍ରଦାନ କରିଛନ୍ତି । ସଭାପତି ଦିବାକର ନାୟକ ଓ କେଶବ ବେହେରଦଳେଇଙ୍କ ନେତୃତ୍ବରେ ହାଇସ୍କୁଲ ଛକରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି ଗଣ ଶିକ୍ଷକ ମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡର ଉଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି କରିଛନ୍ତି ମିଳିତ ଶିକ୍ଷକ ସଂଘ। କାର୍ଯ୍ୟକାରୀ ସଭାପତି ଅଶୋକ ବେହେରା, ମହାସଚିବ ଜଗନ୍ନାଥ ସାହୁ ଓ ମିଳିତ ଶିକ୍ଷକ ସଂଘର ସଭାପତି କବିରାଜ ମଲ୍ଲିକ ଯୋଗ ଦେଇଥିଲେ ।