ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ବିଜୁ ଜନତା ଦଳର ବିଜୁ ସଭାପତି ପ୍ରଦୀପ ନାୟକଙ୍କ ମାଅ ଯମୁନା ନାୟକଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ଘଟିଛି. ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା. ସ୍ୱଗତା ଯମୁନା ନାୟକ ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ. ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି. ବ୍ରାହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ, ପାରଳା ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଜେଡିର ବରିଷ୍ଠ ନେତା ବସନ୍ତ ଦାସ, ମାରୁତ ପାଳ, ଜମାଦାର ପଟ୍ଟନାୟକ,
ହାଇଟେକର ମୁଖ୍ୟ ଡ଼. ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପାରଳା ମୁନିସିପାଲିଟି ଅଧକ୍ଷା ନିର୍ମଳା ସେଠୀ ପ୍ରମୁଖଙ୍କ ସହ ଗଜପତି ଜିଲ୍ଲାସ୍ତରୀୟ ତଥା ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଦେବାଶିଷ ପଢ଼ୀ, ଭଗବତ ପାଢ଼ୀ, ବିଜନ ପାଢୀ, ଆଦଶ୍ର ଦାସ, ରୁପେଶ ପାଣିଗ୍ରାହୀ, ବାସୁଦେବ ଦାସ, ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା ପ୍ରମୁଖଙ୍କ ସହ ଗଜପତି ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରି ସମବେଦନା ଜ୍ଞାପନ କରିଛନ୍ତି. ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ୱାଗତା ଯମୁନା ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି.













