ଏହି ମେଳାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିଶିର କୁମାର ନାଗ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ଶ୍ରୀଚନ୍ଦନ, ,ବାଣିଜ୍ୟ ଅଧିକାରୀ ଶ୍ରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼,କଟକ, ସୋନପୁର, ଆଠଗଡ, ବାରିପଦା, ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କ ରୁ ୧୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ବୁଣାକାର ସେମାନଙ୍କ ବସ୍ତ୍ର ର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଯୋଗଦାନ କରିଛନ୍ତି।
ସେହିପରି ୧୮ ଜଣ ହସ୍ତଶିଳ୍ପ କାରିଗର ଯୋଗ ଦେଇଛନ୍ତି।ଏହି ମେଳା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚଳିତ ବର୍ଷ ଜୁନ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଆୟୋଜିତ ମେଳାରେ ମୋଟ ୧୩୭.୯୭ ଲକ୍ଷ ଟଙ୍କା ର କାରବାର ହୋଇଛି ଯାହାକି ଅତ୍ୟନ୍ତ ଉତ୍ସାହପ୍ରଦ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

© 2023 Odisha Taza News.