ଯାହାଫଳରେ ଏହି ଖବର ପ୍ରକାଶ ପାଇବା ପରେ, ସେହି ବ୍ୟକ୍ତି ତାର ଜଣାତରେ ହେଉବା ଅଜଣାତାରେ, କରିଥିବା ଭୁଲକୁ ସଂଶୋଧନ କରିପାରିବ ବୋଲି କହିଥିଲେ । ପ୍ରଥମେ କଟକ ମହାନଗର ନିଗମର ପୂର୍ବତନ ଡେପୁଟି ମେୟର ଅଜୟ ବାରିକଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ବୈଠକରେ ସାମ୍ବାଦିକ ମାନଙ୍କ ପରିବାର ସୁରକ୍ଷା ବୀମା, ୨ ଲକ୍ଷ୍ୟ ଟଙ୍କା ପରିବର୍ତ୍ତେ ୫ ଟଙ୍କାକୁ ବୃଦ୍ଧି କରିବା ପାଇଁ,
ବିଧାୟକଙ୍କ ଜରିଆରେ ବିଧାନ ସଭାରେ ପ୍ରଶ୍ନ ଉଠାଯିବା ଏବଂ ପ୍ରେସ୍ କ୍ଲବ କଟକର ସ୍ଥାୟୀ ଗୃହ ପାଇଁ, ଏକ ଜାଗା ଯୋଗାଇ ଦେବାକୁ ଉପସ୍ଥିତ ସାମ୍ବାଦିକ ମାନେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ମେୟର ସୁବାଷ ସିଂ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୈଠକରେ ପ୍ରିଣ୍ଟ ଏବଂ ୱେବ ମିଡ଼ିଆର ୫୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ । କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ।

© 2023 Odisha Taza News.