No Result
View All Result
୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) କଟଟ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର, ଫୁଲନଖରା ଠାରୁ ଜଗତପୁରର ବିରୂପା ବ୍ରିଜ ପର୍ଯ୍ୟନ୍ତ, ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଗୃହ ଗୁଡିକ ଉଚ୍ଛେଦ କରାଯାଉଛି । ଦୀର୍ଘଦିନ ଧରି ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ଭାବେ, ଦିନକୁ ଦିନ ଦୋକାନ ଗୃହ ଗଢ଼ି ଉଠୁଥିଲା ବେଳେ, ଏନେଇ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ରାସ୍ତା ସମ୍ପ୍ରସାରଣ କରିବା ପାଇଁ ଏହି ଉଚ୍ଛେଦ କରାଯାଉଛି ।
ଆଗାମୀ ମାର୍ଚ ୨୯୨୩ ମଧ୍ୟରେ ଜାତୀୟ ରାଜପଥର , ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ ହେବ ବୋଲି ଜାତୀୟ ରାଜପଥ କର୍ତ୍ତୁପକ୍ଷ କହିଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟାରେ ସିଏମସି ଇନ୍ ଫୋର୍ସମେଣ୍ଟ ସ୍କ୍ୱାର୍ଡର ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ସିଡିଏ ଇନଫୋର୍ସ ମେଣ୍ଟ ଅଧିକାରୀ ପରେଶ ନାୟକ,
କଟକ ଜିଲା ସିଡିଏ ଓ ମୁନିସପାଲଟିର ଇନ୍ ଫୋର୍ସ ମେଣ୍ଟ ସ୍କ୍ୱାର୍ଡ, ଜାତୀୟ ରାଜପଥର ସୁରକ୍ଷା ଅଧିକାରୀଙ୍କ ସହ , କଟକ ସଦର ଥାନା ଆଇ ଆଇସି ରଶ୍ମିରଞ୍ଜନ ମହାପାତ୍ର, ଜାତୀୟ ରାଜପଥ ଟ୍ରାଫିକ ଥାନା ଅଧିକାରୀ, ମନୋଜ ରୋଶନ ବୁଲୁଙ୍ଗ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ । ଏହି ଉଚ୍ଛେଦ କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ ।

No Result
View All Result