No Result
View All Result
କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗତ ୧ ତାରିଖ ଦିନ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ । ଖାନନଗରସ୍ଥିତ ମା’ ଜଳେଶ୍ୱରୀ ମନ୍ଦିର ନିକଟରେ ପଡ଼ିଥିବା ମୃତ ଦେହକୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକର ବାଦାମବାଡ଼ି ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଅଜୟ କୁମାର ରାଉଳଙ୍କ ନିର୍ଦ୍ଦେଶ ରେ ବାଦାମବାଡ଼ି ଥାନାର ବରିଷ୍ଠ ଆରକ୍ଷୀ ସହକାରୀ ନିରୀକ୍ଷକ ଶ୍ରୀ ମଧୂସୁଦନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ଲାଗି କଟକ ବଡ଼ମେଡ଼ିକାଲ ପଠାଇ ତଦନ୍ତ ଆରମ୍ଭ କରିଥିବାବେଳେ
ପୁନର୍ବାର ଗତ ୫ ତାରିଖ ଦିନ ବାଦାମବାଡ଼ି ଥାନା ର ସହକାରୀ ଉପ-ନିରୀକ୍ଷକ ଶ୍ରୀ ଚରଣ ପ୍ରଧାନ ପେଟ୍ରୋଲିଂ କରୁଥିବା ସମୟରେ ଖାନନଗର ଠାରେ ପଡିଥୂବା ଆଉ ଏକ ମୃତଦେହ କୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ଲାଗି ବଡ଼ମେଡ଼ିକାଲ କୁ ପଠାଇ ଥିବା ଜଣାପଡ଼ିଛି। ବାଦାମବାଡ଼ି ଥାନା ପକ୍ଷରୁ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ ହେବା ସହ ଏହି ଦୁଇ ଅପରିଚିତ ମୃତ ବ୍ୟକ୍ତିଙ୍କ ବିଷୟରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। ଅଦ୍ୟାବଧି ଅପରିଚିତ ବ୍ୟକ୍ତିଙ୍କ ପରିଚୟର ସନ୍ଧାନ ମିଳି ପାରିନାହିଁ , ଏହି ମୃତ୍ୟୁ ଘଟଣାକୁ ନାନା ସଂଧେହ ପ୍ରକାଶ ପାଇଛି । ଏମାନଙ୍କର ପୋଷ୍ଟବଟମ ରିପୋର୍ଟ ପରେ ମୃତ୍ୟୁ ଘଟିଥିବା କାରଣ ଜଣାପଡିବ ବୋଲି କୁହାଯାଏ ।

No Result
View All Result