No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଶଙ୍କର ପ୍ରସାଦ ବକ୍ସି ପାଠଚକ୍ରରେ ଛାତ୍ରୀ ମାନଙ୍କୁ ସମ୍ବିଧାନ କଣ ଓ ତାର ମୌଳିକ ଅଧିକାର ସମେତ ସମ୍ବିଧାନର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ପ୍ରଭୃତିସମ୍ପର୍କରେପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ
ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡଃ ସାହୁ ସମ୍ବିଧାନର ଭାରତୀୟ ସମ୍ବିଧାନରେ ଐତିହାସିକ ପୃଷ୍ଠଭୂମିଉପରେ ଆଲୋକପାତ କରିଥିବା ବେଳେ କୁମାରୀ ଶୁଭଦର୍ଶନୀ ଦାସ ତୃତୀୟ ବର୍ଷ କଳାଛାତ୍ରୀ ସଂନ୍ଦର୍ଭ ଉପସ୍ଥାପନ କରିଥିଲେ ।ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠଚକ୍ର କାର୍ଯ୍ୟକ୍ରମରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ସ୍ବାଗତ କରା ଯାଇଥିଲା ବେଳେ ତୃତୀୟ ବର୍ଷର ଛାତ୍ରୀମାନେ ଏଥିରେ ବହୁ ସଂଖ୍ୟାରେ ତୃତୀୟ ବର୍ଷର ଛାତ୍ରୀ ଯୋଗ ଦେଇଥିଲେ ।

No Result
View All Result