ଓଡିଶା ତାଜା ନ୍ୟୁଜ୍ (୦୪ ଜୁନ୍ ଗୁରୁବାର ) ଆଇନ ଅମାନିଆ ଙ୍କ ନାଁ ରେ ଏତଲା :- ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମରେ ଗୁରୁବାର କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି । ସେ ତିନିଥର କୋଭିଡ ମାର୍ଗଦର୍ଶିକା ଓ କ୍ୱାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଥାନା ସୂତ୍ରରୁ ମିଳିଥିବା ସୂଚାନୁସାରେ ସାଂସଦ ଅପରାଜିତା ଅପରାଜିତା ତିନି ଥର ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିଛନ୍ତି ବୋଲି ଏତଲାରେ ଅଭିଯୋଗ ହୋଇଛି ।
1. ମେ ୨୨ରେ ନିଜ ବାସଭବନରେ ସାମାଜିକ ଦୂରତା ନମାନି ଜଣେ ନିକଟତର କର୍ମୀଙ୍କ ଜନ୍ମଦିନ ପାଳନ କରିଥିଲେ । 2. ପଲାସପଲି ଠାରେ ନିଜ ନୂତନ ଅଫିସ ଶୁଭାରମ୍ଭ ସମୟରେ ସାଂସଦ ସାମାଜିକ ଦୂରତା ନିୟମ ପାଳନ ନକରି ସେଲ୍ଫି ଉଠାଇଥିବାର ଅଭିଯୋଗ ହୋଇଛି । 3.ଜୁନ ତା ୩ରିଖରେ ସାଂସଦ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଅନେକ କର୍ମୀ ଯୋଗ ଦେଇଥିଲେ । ଏହି ତିନି ଦୃଷ୍ଟାନ୍ତରେ ତାହା ସ୍ପଷ୍ଟ ହୋଇଛି ।
ସାଂସଦ ଖୋଲାଖୋଲି ଭାବେ କୋଭିଡ୍ ନିୟମର ଉଲ୍ଲଙ୍ଘନ କରିଛନ୍ତି । ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅନୁରୋଧ କରାଯାଇଛି । ତେବେ ସାଂସଦ ଅପରାଜିତା କୋଭିଡ ନିୟମ ଭାଙ୍ଗିଥିବାରୁ ଜୋରିମାନା ଦେଇଦେବେ ବୋଲି ଟ୍ୱିଟ ଜରିଆରେ ସ୍ପଷ୍ଟ କରିଛନ୍ତି । ଏତଲାକାରୀ ଯୋଗେଶ ଚନ୍ଦ୍ର ଜେନା ଓ ମଲ୍ଲିକ୍ ସମିମ ଅଖତର ଏହି ଲିଖିତ ଏତଲା ନିମ୍ନରେ ଦର୍ଶାଗଲା ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com