No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକର ମଙ୍ଗଳବାର ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜନ ଆନ୍ଦୋଳନ ସମିତି l ସ୍ଥାନୀୟ ହାଇସ୍କୁଲ ଛକରୁ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହାପରେ ୨୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୋହନା ବିଡ଼ିଓ ତପସ୍ଵିନୀ ହାଁସଦାଙ୍କୁ ପ୍ରଦାନ କରିଛନ୍ତି l ବିଶେଷ କରି ମୋହନା ମେଡ଼ିକାଲ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି,ଶବ ବ୍ୟବଛେଦ ଗୃହ, ଶଯ୍ୟା ସଂଖ୍ୟା ବୃଦ୍ଧି ସହ ବିଭିନ୍ନ ସମସ୍ୟା, ମୋହନା ରେ ଓବିସି ଓ ସାଧାରଣ ବର୍ଗ ପିଲାଙ୍କ ପାଇଁ ହାଇସ୍କୁଲ ସ୍ଥାପନ, ବସଷ୍ଟାଣ୍ଡ ନିର୍ମାଣ, ପାନୀୟ ଜଳ ସମସ୍ୟାର ସମାଧାନ, ପ୍ରତି ସାହିର ପକ୍କା ରାସ୍ତା ନିର୍ମାଣ,ଡ୍ରେନେଜ୍ ବ୍ୟବସ୍ଥା, ଶିଶୁ ପାର୍କ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି l
ସେହିପରି ମୋହନlରେ ଶୌଚାଳୟ, ମେଗା ଜଳ ପ୍ରକଳ୍ପର ତୁରନ୍ତ କାର୍ଯ୍ୟକ୍ଷମ , ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି ଥିବା ପଦବୀ ପୂରଣ , ଆଦି ୨୧ ଟି ଦାବି କରିଛନ୍ତି ଜନ ଆନ୍ଦୋଳନ ସମିତି l ଯଦି ପ୍ରଶାସନ ଏହି ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ସହ ବ୍ଲକ କlର୍ଯ୍ୟlଳୟରେ ତାଲା ପକାଇ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଜନ ଆନ୍ଦୋଳନ ସମିତି l
ଜନ ଆନ୍ଦୋଳନ ସମିତି ଆବାହକ ତଥା ଏମକେସିଜି ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର ବେହେରା, ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ ଓ ବିଧାୟକ ପ୍ରତିନିଧି ନିର୍ମଳ ପାଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭ ରେ ଗଣେଶ ବଣିକ ସଂଘ ସଭାପତି ଇ. ଦିଲୀପ, କୁନା ବିଷୋୟୀ , ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ ଙ୍କ ସମେତ ଯୁବକ ସଂଘ, ବଣିକ ସଂଘ ଓ ଆଦିବାସୀ ବିକାଶ ପରିଷଦର ବହୁ ସଦସ୍ୟ ଯୋଗଦେଇଥିଲେ l ତେବେ ଲୋକଙ୍କ ଦାବି ପ୍ରତି ଗୁରୁତ୍ବ ଦିଆଯାଇ ଅତିଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ମୋହନା ବିଡ଼ିଓ ତପସ୍ୱିନୀ ହାଁସଦା କହିଛନ୍ତି l


No Result
View All Result