ଏହି ସମ୍ମିଳନୀରେ ସ୍ୱାମୀ ଅମୃତାନନ୍ଦ ମହାରାଜ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ଉପସ୍ଥିତ ରହିବା ସହିତ, ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହରିଭାଇ ଉପସ୍ଥିତ ଥିଲେ । କିଶନନଗର ବଜାରରୁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ,ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ, ସାଧୁସନ୍ଥ ମାନଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ।
ମହାନଦୀରେ ଆଳତି କରି ବିଶ୍ୱର ମଙ୍ଗଳମୟ କାମନା କରିସାରିବା ପରେ ମହୋତ୍ସବ ଆରମ୍ଭ ହୋଇଥିଲା । ବିଶ୍ୱରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ଯେଉଁ ଭଳି ପରିସ୍ଥିତି ଦେଖା ଦେଇଛି, କେବଳ ସନାତନ ଧର୍ମ ଶାନ୍ତି ସହିଷ୍ଣୁତା ବାର୍ତା ଦ୍ୱାରା ବିଶ୍ୱର କଲ୍ୟାଣ ହୋଇପାରିବ । ସନାତନ ଧର୍ମକୁ କେହି ବିଲୋପ କରିପାରିବେନି ।
ସନାତନ ଧର୍ମ ଅନ୍ୟ ଧର୍ମାଲମ୍ବୀକୁ ସନ୍ନମାନ ଦିଏ ବୋଲି, ସାଧୁସନ୍ଥ ମାନେ ଉପସ୍ଥିତ ଭକ୍ତ ମଣ୍ଡଳୀ ଙ୍କୁ ଉଦବୋଧନ ଦେଇଥିଲେ । ଏହି ଭାଗବତ ଓ ସାଧୁସନ୍ଥ ସମ୍ମିଳନୀ ରେ ବିଶ୍ବହିନ୍ଦୁ ପରିଷଦ କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡା, ହିନ୍ଧୁ ଜାଗରଣ ସାମୁଖ୍ୟର ତନ୍ମୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।


© 2023 Odisha Taza News.