୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି ;- ଗଜପତି ଜିଲ୍ଲା ମୋହନା ବ୍ଲକ ଆଦିବାସୀ ଅଧ୍ୟୁଷିତ ପାହାଡ଼ିଆ ଅଞ୍ଚଳ । ଏହି ଅଞ୍ଚଳରେ ଲୋକେ ଅତ୍ୟଧିକ ଶୀତ କାକର ସହ କୁହୁଡି ରେ ବାସ କରୁଥିଲେ ମଧ୍ୟ ଶୀତ କାକରରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ରହୁଥିବା ବେଳେ ଟିଣ ଛପର ଘରୁ ଶିଶିର ଗଡୁଥିବା ଦେଖିବାକୁ ମିଳୁଛି । ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳୁଆ ବ୍ୟାୟାମ କରୁଥିବା ସହ ରାସ୍ତାରେ ଜଳୁଥିବା ଆଲୁଅ କୁହୁଡି ହେତୁ ରାସ୍ତାରେ ପଡୁନାହିଁ ।ଯାହା ଫଳରେ ଯାତ୍ରୀବାହୀ ଗାଡିସହ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଅସୁବିଧାରେ ପକାଉଥିବା ଆଲୋଚନା ହେଉଛି । ଘନ କୁହୁଡିରୁ ଯାତ୍ରୀଙ୍କୁ ଦୁର୍ଘଟଣା ରୁ ବଞ୍ଚାଇବାକୁ ହେଲେ ଘାଟି ପାହାଡ଼ ସହ ବୁଲାଣି ସ୍ଥଳ ସ୍ଥାନରେ ନିର୍ଦେଶାବଳୀ ଲଗାଇବା ସହ ସଙ୍କେତ ଟାଙ୍ଗିବା ନିମନ୍ତେ ସାଧାରଣରେ ଦାବୀ ହେବା ସହ ଶୀତ ଋତୁ ରେ ଏହି ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳକୁ ବହୁ ପର୍ଯ୍ୟଟକ ଆସିବାକୁ ଥିବାରୁ ଦୁର୍ଘଟଣାରୁ ବଞ୍ଚାଇବା ନିମନ୍ତେ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ ।