• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିରାଙ୍ଗ ପଞ୍ଚାୟତର ଡବରଗାଁ ଶବର ସାହିମୌଳିକ ସୁବିଧାରୁ ବଞ୍ଚିତ

Proprietor Abhimanyu Maharana by Proprietor Abhimanyu Maharana
November 25, 2022
in ଓଡ଼ିଶା, ଗଜପତି, ହୋମ୍
0
ଜିରାଙ୍ଗ ପଞ୍ଚାୟତର ଡବରଗାଁ ଶବର ସାହିମୌଳିକ ସୁବିଧାରୁ ବଞ୍ଚିତ
Share on FacebookShare on TwitterWhatsapp

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ )ଆର. ଉଦୟଗିରି :- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା । ହେଲେ ଏବେବି ଏମିତି ଗାଁ ରହିଛି ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ ପ୍ରଶାସନ । ସେଭଳି କିଛି ଗାଁ ରହିଛି ମୋହନା ବ୍ଲକରେ । ଗୋଟିଏ ପଟେ ଦୁର୍ଗମ ରାସ୍ତା ଅନ୍ୟ ପଟେ ପାନୀୟ ଜଳର ଉତ୍କଟ ଅବ୍ୟବସ୍ଥା । ରାସ୍ତା ସାରା ଖାଲଖମା ହୋଇଥିବା ବେଳେ କେଉଁଠି ବାହାରି ରହିଛି ଵଡ଼ଵଡ଼ ପଥର ତ ରାସ୍ତାର ଉଭୟ ପାର୍ଶ୍ଵରେ ଲଟାବୁଦା ମାଡି ଗଲାଣି । ଅନ୍ୟ ପଟେ ମହିଳା ମାନେ ଚହଲା ପାଣିକୁ ଛାଣି ଆଣୁଛନ୍ତି । ଏହା ହେଉଛି ମୋହନା ବ୍ଲକର ସୁବ୍ଯବସ୍ଥା ।ଆମ ଗାଁ ଆମ ବିକାଶ, ଗାଁ କୁ କାମ ମାକୁ ସମ୍ମାନ ନାରା ଆଉ ବସୁଧା ଜଳ ଯୋଗାଣ ଯୋଜନାର ବିକଳ ଚିତ୍ର ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁ ଶବରସାହିର ଦୃଶ୍ୟ । ଏଠାରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାରର ୧୫୦ରୁ ଅଧିକ ଜନସାଧାରଣ ଚାଷ ବେଉସା କରି ଜୀବନ ଯାପନ କରନ୍ତି । ହେଲେ ଏହି ଗାଁର ବିକାଶ କରିବାକୁ ଯେମିତି ବ୍ଲକ ପ୍ରଶାସନ ଭୁଲି ଯାଇଛି । ଯାହାଫଳରେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ସଂଯୋଗ ହୋଇ ପାରିନି ଭଲରାସ୍ତା କି ଗାଁରେ ନାହିଁ ଗୋଟିଏ ନଳକୂପ । ଗାଁରେ ଯେଉଁ କୂଅଟି ଅଛି ତାହା ମଧ୍ୟ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ।

ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଚନ୍ଦ୍ରଗିରି ଡାକ୍ତରଖାନା ଓ ପ୍ରାଥମିକ ଶିକ୍ଷା ପାଇଁ ଛାତ୍ର ଛାତ୍ରୀମାନେ ଡରାବ ଗାଁ ଏବଂ ବଜାରବାଟ ଏବଂ ଚାଉଳ, କିରୋସିନି ପାଇଁ ଜିରାଙ୍ଗ ପଞ୍ଚାୟତ ଉପରେ ନିର୍ଭର କରନ୍ତି । ଖରାଦିନେ ଯେନତେନ ପ୍ରକାରେ ଲୋକେ ଯାତାୟତ କରନ୍ତି । କିନ୍ତୁ ବର୍ଷା ଦିନେ ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ କଷ୍ଟ ସାଧ୍ଯ। ଗାଁ ରାସ୍ତାକୁ ପକ୍କା ସଡ଼କ ନିର୍ମାଣ କରାଯାଉନଥିବାରୁ ବର୍ଷା ସମୟରେ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଯାହାଫଳରେ ଜରୁରୀକାଳୀନ ଚିକିତ୍ସା ପାଇଁ ଗାଁର ଅସୁସ୍ଥ ରୋଗୀଙ୍କୁ ଖଟିଆରେ କିମ୍ଵା ଦୋଳା କରି ବୋହି ନେବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି ।ଏମିତି କି ରାସ୍ତା ସମସ୍ୟା ଯୋଗୁଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ପାଇବାରୁ ବଞ୍ଚିତ ହୁଅନ୍ତି । ଲୋକେ ରାସ୍ତା ଓ ପାନୀୟ ଜଳର ସୁବିଧା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ନେତା ଓ ସରକାରୀ ବାବୁଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନେ କେବଳ ପ୍ରତିଶୃତି ଦେଇ ଚାଲି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଗାଁରେ ଅଦ୍ୟାବଧି ସରକାରଙ୍କ ପକ୍ଷରୁ ନଳକୂପଟିଏ ମଧ୍ୟ ଖନନ କରାଯାଇନଥିବାରୁ ଗାଁ ଲୋକେ ନିଜ ଉଦ୍ୟମରେ ଗୋଟିଏ କୂଅ ନିର୍ମାଣ କରିଥିବା କଥା କହିଛନ୍ତି । କିନ୍ତୁ ତାହାବି ଭଗ୍ନ ଅବସ୍ଥାକୁ ଆସିଲାଣି ।

ସେହି କୂଅରେ ଅରଟ ଖଣ୍ଡିଏ ମଧ୍ୟ ନାହିଁ । ଅରଟ ସ୍ଥାନରେ ବ୍ୟବହାର ହେଉଛି ତିନି ଖଣ୍ଡ କାଠ । ସେହି କୂଅର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି ଗ୍ରାମବାସୀ । ହେଲେ ତାହା ବି ଗାଁ ପାଇଁ ନିଅଣ୍ଟ । ତେଣୁ ଲୋକେ ଆବଶ୍ୟକ ସ୍ଥଳେ ଗାଁ ନିକଟରେ ଥିବା ଚୁଆଁର ଚହଲା ପାଣିକୁ ଛାଣି ଆଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଫଳରେ ଲୋକେ ପେଟ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗ୍ରାମର ମହିଳା ।

କିନ୍ତୁ ପାନୀୟ ଜଳ ଓ ରାସ୍ତାର ସୁବିଧା ପାଇଁ ସରକାରଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମର ରାଜେଶ୍ଵରୀ ଶବର, କୌଶଲ୍ୟା ଶବର, ରାମୁଲୁ ଶବର, ଗଣେଶ ଶବର ଓ ଗ୍ରାମ ଏନେଇ ଜିରାଙ୍ଗ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ଶବର କହିଛନ୍ତି ଏହି ଆର୍ଥିକ ବର୍ଷରେ ଶବରସାହି ପାଇଁ ପାନୀୟ ଜଳ ଓ ରାସ୍ତାନିର୍ମାଣ ପାଇଁ ଏକ୍ସନ୍ ପ୍ଲାନ୍ ରଖାଯାଇଛି ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026
ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦ‌ଯାପନୀ ଉତ୍ସବ

ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦ‌ଯାପନୀ ଉତ୍ସବ

October 17, 2026
ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ

ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ

October 17, 2026
ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ

ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ

October 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026
ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦ‌ଯାପନୀ ଉତ୍ସବ

ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦ‌ଯାପନୀ ଉତ୍ସବ

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version