୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ନୁଆଗଡ ବ୍ଲକର ଖଜୁରିପଦା ହାଟପଦାରେ ଓଡିଶା ଡ୍ରାଇଭର ମହାସଂଘ ନୁଆଗଡ ବ୍ଲକର ସାଧାରଣର ବୈଠକ ଅନୁଷ୍ଠିତ ହୋଇଥି୍ଲା । ବୈଠକରେ ବ୍ଲକର ନୁଆଗଡ, ପୁଟୁରୁପଡା ଓ ସମ୍ବଲପୁର ଜୋନର ସଂଘର ସମସ୍ତ ଡ୍ରାଇଭର କର୍ମକତ୍ତା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ଓଡିଶା ଡ୍ରାଇଭର ମହାସଂଘର ନୁଆଗଡ ବ୍ଲକର ନୂତନ ଭାବେ ଗଠନହୋଇଥିବା କର୍ମକତ୍ତା ବ୍ଲକ ଆଡମିନ ତଥା ସଭାପତି ଓ ଉପସଭାପତି ନରେନ ରଇତ, ସଂଙ୍ଗଠନ ସଭାପତି , ଉପସଭାପତି,ସମ୍ପାଦକ,
ସହ ସମ୍ପାଦକ, କୋଷାଦକ୍ଷ , ଉପ କୋଷାଦକ୍ଷ ସମେତ ପଞ୍ଚାୟତ ସ୍ତରର ଆଡମିଧି ଭାବେ ଦାୟତ୍ବ ନେଇଥିଲେ । ବୈଠକରେ ସଂଘଠନକୁ କିଭଳି ସୁଦୃଢ କରାଯିବ ସଂଘରେ ଜଡିତ ଥିବା ଡ୍ରାଇଭରଙ୍କ ସମସ୍ୟା ସମୟରେ ଛିଡାହେବା , ସଂଘର ନୀତିନିୟମ ପାଳନ କରିବା, ଗାଡି ଚଳାଉଥିବା ସମୟ ରେ କିଛି ଅସୁବିଧା ହେଲେ ସଂଘକୁ ଜଣାଇବା ଭଳି ସରକାର ଏବଂ ସଂଘର ନୀତିନିୟମ ବିଷୟରେ ସବିଶେଷ ଆଲୋଚନା ହୋଇଥି୍ଲା । ବୈଠକରେ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।














