ଓଡ଼ିଶା ତାଜା ନ୍ୟୁଜ (୨୫ ନଭେମ୍ବର ଶୁକ୍ରବାର ) କଳାହାଣ୍ଡି :- ଅଲ୍ ଓଡିଶା ଅଙ୍ଗନବାଡ଼ି ୱ।ର୍କର ଏସୋସିଏସନ ପକ୍ଷରୁ ଆଠ ଦଫା ଦାବି ନେଇ ଗତ ଏକୋଇଶି ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଯାହା ଫଳରେ ନର୍ଲା ବ୍ଲକରେ ଥିବା ୧୫୫ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲାବନ୍ଦ ଥିବା ଦେଖାଯାଇଛି । ଭାରତୀୟ ମଜଦୁର ସଂଘ ପକ୍ଷରୁ ପରିଚାଳିତ ଅଲ୍ ଇଣ୍ଡିଆ ଅଙ୍ଗନବାଡ଼ି ଲେଡିଜ ୱ।କର ଆସୋସିଏସନର ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ କର୍ମୀ ଯଥା ୧୫୫ ଅଙ୍ଗନବାଡ଼ି ଓ ୧୪୩ ସହଯୋଗୀ ମାନେ ମୋଟ ୨୯୮ ଜଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସମନ୍ୱିତ
ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ନର୍ଲା ବ୍ଲକ ଅଙ୍ଗନବାଡ଼ି କର୍ମୀର ସଭା ନେତ୍ରୀ ସନ୍ଧ୍ୟା ରାଣୀ ସାହୁ ଓ ସଂପାଦିକା ଜୟନ୍ତୀ କୁମାର ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ହଜାର ହଜାର ଗରିବ, ପାଞ୍ଚ ବର୍ଷର ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମହିଳା ଅଙ୍ଗନବାଡ଼ି ସେବାରୁ ବଞ୍ଚିତ ହୋଇଛନ୍ତି । ତେବେ ରାଜ୍ୟ ସରକାର ମଧ୍ୟ ଚେତାବନୀ ଦେଇଛନ୍ତି । ଯେଉଁ ଅଙ୍ଗନବାଡ଼ି କର୍ମୀମାନେ କେନ୍ଦ୍ରଗୁଡିକ ନ ଖୋଲି ଧାରଣାରେ ବସିବେ ତାଙ୍କ ଉପରେ ଦୃଢ଼ ପଦକ୍ଷେପ ନେବାକୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କରିଛନ୍ତି ।