୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ର ମାଳୁଆଝୋଲା ଗ୍ରାମରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିଛି l ତେବେ ଅଗ୍ନିର ପ୍ରକୋପରେ ତିନି ଗୋଟି ଘର ଓ ଲକ୍ଷାଧିକ ଟଙ୍କା ଭସ୍ମୀଭୂତ ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳବାସି କହିଛନ୍ତି ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ ପରିମାଣରେ ନିଆଁକୁ ଆୟତ କରାଯାଇଥିବା ବେଳେ ବିଳମ୍ବରେ ହେଲେବି ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।
କ୍ଷତିଗ୍ରସ୍ତ ଘର ମାଲିକ ହେଲେ ତ୍ରିନାଥ ଯାନୀ, ଶଙ୍କର ଯାନୀ ଓ କୃଷ୍ଣ ଯାନୀ l ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜାଣିବା ପାଇଁ ବାଣପୁର ଅଗ୍ନିଶମ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ଭବ ହୋଇପାରିନାହିଁ

© 2023 Odisha Taza News.