ନୂତନ ରାଜସ୍ବ ଗ୍ରାମ ପାଇଁ କାର୍ଯ୍ୟ ପ୍ରଣାଳୀ ଆରମ୍ଭ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ଜିଲ୍ଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଗ୍ରାମ ବର୍ତ୍ତମାନ ରାଜସ୍ବ ଗ୍ରାମରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ପ୍ରଣାଳୀ ଆରମ୍ଭ ହୋଇଛି । ପୂର୍ବରୁ ଏହି ଗ୍ରାମ ନିଲିଗୁଡା ପଞ୍ଚାୟତ ଚେରୁଗୁଡାର ରାଜସ୍ବ ପଡା ଥିଲା । ଆଜି ମୋଟୁ ତହସିଲଦାର ଶ୍ରୀ ସବୀର ଶାହାଙ୍କ ତତ୍ତ୍ଵାବଧାନରେ ରାଜସ୍ବ ପରିଦର୍ଶକ ଚିନାରାଓ,

ନିଲିଗୁଡା ରାଜସ୍ବ ନୀରିକ୍ଷକ ଲକ୍ଷ୍ମୀନାରାୟଣ ଖଣ୍ଡୁଆଲ ଓ ସହାୟକ ନିରୀକ୍ଷକ ଜୟରାମ ଦୂର୍କଙ୍କ ଉପସ୍ଥିତ କମାରଗୁଡା ଗ୍ରାମ ରାଜସ୍ବ ଗ୍ରାମର ସମସ୍ତ କାର୍ଯ୍ୟ ପ୍ରଣାଳୀ ଆରମ୍ଭ କରାଯାଇଛି । ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଓ ସେମାନଙ୍କ ସହଯୋଗ କ୍ରମେ ଏହି ନୂତନ ରାଜସ୍ବ ଗ୍ରାମ ପାଇଁ ସମସ୍ତ ପ୍ରକାରର କାର୍ଯ୍ୟ ପ୍ରଣାଳୀ ଆରମ୍ଭ କରାଯାଇଥିଲା ।