No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ଓଡିଶାରେ ରାଜନୀତି ର ମାହଲ ସରଗରମ ହେଉଥିବା ବେଳେ ଦେଖିବାକୁ ମିଳୁଛି ବିଭିନ୍ନ ରାଜନୈତିକ ଦଳରେ ମତାନ୍ତର । ଦଳ ଦଳ ଭିତରେ ଗୋଷ୍ଠୀ କନ୍ଦୋଳ। ସେହିଭଳି ନିମାପଡ଼ା ରେ ମଧ୍ୟ ରାଜନୀତି ରୋଚକ ହେବାକୁ ଲାଗିଛି । କାରଣ ନିମାପଡ଼ା ରେ ତିନି ତିନି ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ସମୀର ରଞ୍ଜନ ଦାଶ ଚଳିତ ବର୍ଷ ନିର୍ବାଚନରେ ଦଳୀୟ ଟିକଟରୁ ବାଦ୍ ପଡିଛନ୍ତି । ଏହାରି ଭିତରେ ଦଳ ପ୍ରାର୍ଥୀ କରିଛି ବିଜେପିରୁ ଆସି ମିଳିଥିବା ଦିଲ୍ଲିପ ନାୟକଙ୍କୁ ସେଥିପାଇଁ ଦଳ ଭିତରେ କେଉଁଠି ନାଁ କେଉଁଠି ଦଳୀୟ କର୍ମୀ ମାନେ ଅସନ୍ତୁଷ୍ଟ ଅଛନ୍ତି ।ଏବେ ଆଉ ଏକ ମୋଡ଼ ନେଇଛି ସମୀର ଢେଙ୍କାନାଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ତେବେ ଏବେ ନିମାପଡ଼ା ରେ ଭୋଟର୍ ଆଶ୍ଚର୍ଯ୍ୟ ଭୋଟ କାହାକୁ ଦେବେ । କିନ୍ତୁ କଂଗ୍ରେସ ରୁ ବିଧାୟକ ପ୍ରାର୍ଥୀ ପାଇଁ ଟୀକେଟ ପାଇଥିବା ଜଣେ ଉଚ୍ଚ ଶିକ୍ଷିତ ସିଦ୍ଧାର୍ଥ ରାଉତରାୟ ଙ୍କୁ ଗୋପ – ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କୁଆଡେ଼ ଅହେତୁକ ସମର୍ଥନ ମିଳିବାକୁ ଯାଉଛି । ଧିରେ ଧିରେ ତାଙ୍କ ପ୍ରତି ଜନସମର୍ଥନ ମିଳିବା ସହିତ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି । ପ୍ରଭାତୀ ଅପା ଏଥର ବିଜୟୀ ଆଶାରେ ଥିବା ବେଳେ ଜନତା କହିବେ ଆଉ ଆଗକୁ ସ୍ଥିର କରିବେ ନିମାପଡ଼ା ର ମୁଖିଆ କିଏ ହେବ ।
No Result
View All Result