No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ଓଡିଶାରେ ରାଜନୀତି ର ମାହଲ ସରଗରମ ହେଉଥିବା ବେଳେ ଦେଖିବାକୁ ମିଳୁଛି ବିଭିନ୍ନ ରାଜନୈତିକ ଦଳରେ ମତାନ୍ତର । ଦଳ ଦଳ ଭିତରେ ଗୋଷ୍ଠୀ କନ୍ଦୋଳ। ସେହିଭଳି ନିମାପଡ଼ା ରେ ମଧ୍ୟ ରାଜନୀତି ରୋଚକ ହେବାକୁ ଲାଗିଛି । କାରଣ ନିମାପଡ଼ା ରେ ତିନି ତିନି ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ସମୀର ରଞ୍ଜନ ଦାଶ ଚଳିତ ବର୍ଷ ନିର୍ବାଚନରେ ଦଳୀୟ ଟିକଟରୁ ବାଦ୍ ପଡିଛନ୍ତି । ଏହାରି ଭିତରେ ଦଳ ପ୍ରାର୍ଥୀ କରିଛି ବିଜେପିରୁ ଆସି ମିଳିଥିବା ଦିଲ୍ଲିପ ନାୟକଙ୍କୁ ସେଥିପାଇଁ ଦଳ ଭିତରେ କେଉଁଠି ନାଁ କେଉଁଠି ଦଳୀୟ କର୍ମୀ ମାନେ ଅସନ୍ତୁଷ୍ଟ ଅଛନ୍ତି ।
ଏବେ ଆଉ ଏକ ମୋଡ଼ ନେଇଛି ସମୀର ଢେଙ୍କାନାଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ତେବେ ଏବେ ନିମାପଡ଼ା ରେ ଭୋଟର୍ ଆଶ୍ଚର୍ଯ୍ୟ ଭୋଟ କାହାକୁ ଦେବେ । କିନ୍ତୁ କଂଗ୍ରେସ ରୁ ବିଧାୟକ ପ୍ରାର୍ଥୀ ପାଇଁ ଟୀକେଟ ପାଇଥିବା ଜଣେ ଉଚ୍ଚ ଶିକ୍ଷିତ ସିଦ୍ଧାର୍ଥ ରାଉତରାୟ ଙ୍କୁ ଗୋପ – ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କୁଆଡେ଼ ଅହେତୁକ ସମର୍ଥନ ମିଳିବାକୁ ଯାଉଛି । ଧିରେ ଧିରେ ତାଙ୍କ ପ୍ରତି ଜନସମର୍ଥନ ମିଳିବା ସହିତ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି । ପ୍ରଭାତୀ ଅପା ଏଥର ବିଜୟୀ ଆଶାରେ ଥିବା ବେଳେ ଜନତା କହିବେ ଆଉ ଆଗକୁ ସ୍ଥିର କରିବେ ନିମାପଡ଼ା ର ମୁଖିଆ କିଏ ହେବ ।

No Result
View All Result