No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ:-> ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳଗ୍ରାମ ସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିବା ସହ ମନୋଜ କୁମାର ଗୁମାନସିଂହ ରାମକୃଷ୍ଣ କଥାମୃତ ପାଠ ପୂର୍ବକ ବ୍ୟାଖ୍ୟା କରିଥିଲେ । ପରେ ସନ୍ତୋଷ କୁମାର ମହାପାତ୍ର ବିବେକାନନ୍ଦଙ୍କ ବଜ୍ରବାଣୀ ପାଠ କରିଥିବା ବେଳେ ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଓ ସହ ସମ୍ପାଦକ ଅଧ୍ୟାପକ ସର୍ବେଶ୍ୱର ସାହୁ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ । ତତ ସହିତ ଚଳିତ ବର୍ଷରେ ଅନୁଷ୍ଠାନର ନିୟମିତ ସେବାକାର୍ଯ୍ୟ ମଧ୍ୟରେ ଟିକାତାଳ ବ୍ୟତୀତ ଆଉ ଏକ ପାଠ୍ୟଦାନ କେନ୍ଦ୍ର କଣ୍ଟିଲୋ ନିକଟସ୍ଥ କେନ୍ଦୁପଲ୍ଲୀ ଆଶ୍ରମରେ ସୁଶ୍ରୀ ବ୍ରଜଶ୍ରୀ ସାହୁଙ୍କ ଦାୟିତ୍ୱରେ ଖୋଲାଯାଇଛି ।
ମୋଇନା ସେବା ଫାଉଣ୍ଡେସନ୍ କୋଲକାତା ସହାୟତାରେ ଆଶ୍ରମରେ ଚାଲୁରହିଥିବା ହୋମିଓପାଥିକ ଚିକିତ୍ସା ଶିବିରକୁ ଗେଡିଆପଲ୍ଲୀ ଗ୍ରାମକୁ ସମ୍ପ୍ରସାରିତ କରାଯିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ଅନୁଷ୍ଠାନ ହେଉଥିବା କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ସଦସ୍ୟ ମାନେ ସମ୍ମତି ପ୍ରଦାନ କରିଥିଲେ । ପରିଚାଳନା କମିଟି ସଦସ୍ୟ ଉପସଭାପତି ରାଜକିଶୋର ଛୁଆଳସିଂହ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ବାବାଜୀ ବେହେରା, ନଳିନୀ ସାହୁ, ଅରୁଣିମା ପଣ୍ଡା, ଲକ୍ଷ୍ମୀପ୍ରିୟା ସାମନ୍ତରାୟ,ରବୀନ୍ଦ୍ର କୁମାର ଜେନା, ଡାକ୍ତର ନିର୍ମଳ କୁମାର ପଟ୍ଟନାୟକ, ଆଇନଜୀବି ନିର୍ଭୟ କୁମାର ସାମନ୍ତରାୟ, ପ୍ରଫୁଲ୍ଲ କୁମାର ସିଂହ, ଦିଲ୍ଲୀପ କୁମାର ପଣ୍ଡା, ସଞ୍ଜୟ କୁମାର ମାନସିଂହ, ଯୁଧିଷ୍ଠିର ଉତ୍ତରରାୟ ଓ ଗୀତାଞ୍ଜଳି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result