No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ବିଜିପୁର ପଞ୍ଚାୟତ ଅନ୍ତର୍ଗତ ସୁନାଖଳା ଗ୍ରାମଠାରେ ନବ ନିର୍ମିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପଯେନ୍ଦ୍ର ଗୃହଟି ନିର୍ମାଣ ହେବାର ୫ମାସ ପରେ ମଧ୍ୟ କାର୍ଯ୍ୟରେ ଆସୁଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅସନ୍ତୋଷ ବୃଦ୍ଧି ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗତ ବର୍ଷ ନଭେମ୍ବର ମାସରେ ଗୃହଟି ଉଦ୍ଘାଟନ ହୋଇଥିଲା । ଉକ୍ତ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଗୃହଟି ୨୦୨୨ ମସିହା ଜୁଲାଇ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗତ ବର୍ଷ ଫେବୃୟାରୀ ମାସ ୨୩ ତାରିଖରେ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଗତ ବର୍ଷ ନଭେମ୍ବର ମାସରେ ଉକ୍ତ ଗୃହଟି ପୂର୍ଣ୍ଣାଙ୍ଗ ହୋଇଥିଲା ।
ଉକ୍ତ ଗୃହ କାର୍ଯ୍ୟ ପାଇଁ ପ୍ରାୟ ୨୭ ଲକ୍ଷ୍ ଟଙ୍କାର ଅନୁଦାନ ଅର୍ଥ ମଞ୍ଜୁର ହୋଇଥିବା ଜଣା ପଡ଼ିଛି । ମାତ୍ର ଉଦ୍ଘାଟନ ହେବାର ୫ ମାସ ବିତି ଯାଇଥିଲେ ହେଁ ଏ ପର୍ଯନ୍ତ ଠିକାଦାର ଜଣକ ଗୃହଟିକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନଥିବାରୁ ଉକ୍ତ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରଟି କାର୍ଯ୍ୟରେ ଆସୁ ନଥିବା ଜନ ସାଧାରଣ ମାନେ ଅଭିଯୋଗ କରିଛନ୍ତି । ତେଣୁ ଉକ୍ତ ଗୃହଟି କୌଣସି କାର୍ଯ୍ୟରେ ଅସୁ ନଥିବାରୁ ଅନୁଦାନ ଅର୍ଥ ପ୍ରାୟ ୨୭ ଲକ୍ଷ ଟଙ୍କା ପାଣିରେ ପଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଏନେଇ ଠିକାଦାର ବିଜୟ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ମୋର କିଛି ବକେୟା ପ୍ରାପ୍ୟ ମିଳୁ ନଥିବାରୁ ମୁଁ ଉକ୍ତ ଗୃହଟିକୁ ଚାବି ପକାଇ ରଖିଛି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଖଟୁଆ କୁହନ୍ତି ଠିକାଦାର ଜଣଙ୍କୁ ନିର୍ମାଣଧିନ ଗୃହଟିର ସଠିକ୍ ଭବେ ବିଲ୍ କରାଯାଇ ସମସ୍ତ ଅର୍ଥକୁ ପୈଠ କରାଯାଇଥିଲେ ମଧ୍ୟ ସେ ଊକ୍ତ ଗୃହର ଚାବି ହସ୍ତାନ୍ତର କରୁ ନଥିବାରୁ ଗୃହ ଗୁଡିକ ବ୍ୟବହାର ଉପଯୋଗୀ ହୋଇ ପାରୁ ନାହିଁ । ପୁନଶ୍ଚ ଏନେଇ ଭାପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ କୁମାର ନାୟକ ଖୁବ୍ କମ୍ ଦିନ ମଧ୍ୟରେ ଉକ୍ତ ଗୃହକୁ ହସ୍ତାନ୍ତର କରାଯିବ ବୋଲି ଦୃଢ଼ତାର ସହ ପ୍ରକାଶ କରିଥିଲେ ।
No Result
View All Result