
ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ପୁରୀ ସବରେଜିଷ୍ଟର କାର୍ଯ୍ୟାଳୟ । କାର୍ଯ୍ଯାଳୟ ସମ୍ମୁଖରେ ରହିଛି ପୁରୁଣା ବରଗଛ । ବରଗଛର ମୂଳ ଗଛ ବିଲୁପ୍ତ ହୋଇ ସିଅ ଓ ଡାଳରେ ନୂଆ ଗଛ ବଢିଛି । କିଛି ପୁରୁଣା ଗଛର ଡାଳ ଗଣ୍ଡି ଭିତରେ ନୂଆ ଶାଖା ବୃଦ୍ଧି ପାଇଛି । ବରଗଛ ତଳେ ରହିଛି ନୃସିଂହ ମନ୍ଦିର । ଗଛତଳେ ଏକ ଗୋଲେଇ ସିମେଣ୍ଟ ଚାନ୍ଦିନି ରହିଛି । ସେହି ଚାନ୍ଦିନି ଉପରେ ମୋହରିର ଓ ଭେଣ୍ଡର ଡେସ୍କ ପକାଇ କାର୍ଯ୍ୟ କରୁଛନ୍ତି । ବୁଧବାର ମଧ୍ଯାହ୍ନରେ କିଛି ମାଙ୍କଡ ଡିଆଁ ମାରୁଥିଲେ ।















