No Result
View All Result
୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ଯାଜପୁର ଜିଲାର କୋରାଇ ରେଳଷ୍ଟେସନରେ ଆଜି ପୂର୍ବାହ୍ଣରେ ଏକ ବଡ଼ଧରଣର ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ ୬ଟା୪୦ (ଗାଡି ନମ୍ବର ୨୮୭୫୫/୩୨୮୫୬) କୋରାଇ ଷ୍ଟେସନ ନିକଟରେ ଲାଇନଚୁୁତ ହେବା ଫଳରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଓ ଜଣେ ଶିଶୁ ସମେତ ୪ଜଣ ଆହତ ହୋଇଥିବା ହୋଥିବା ଜଣାପଡଇଛି । ଆତମାନଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଓ ପରେ ଜିଲା ହଷ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦର୍ଘଟଣାରେ ୩ମୃତ ବ୍ୟକ୍ତିମାନେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ସ୍ଥିତ ତାଜପୁର ଗ୍ରାମର ପାର୍ବତୀ ବିନ୍ଧାଣୀ(୫୦) ଓ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣୀ(୨୬) ଏବଂ ଅନ୍ୟଜଣେ ସ୍ଥାନୀୟ କୋରାଇ ସ୍ଥିତ ଫାଜଲପୁର ଗ୍ରାମର ସେକ ମହି ଉଦିନଙ୍କ ପତ୍ନ୍ନୀ ଅବ୍ଜୁନ ବିବି(୫୨) ବୋଲି ଜଣାପଡିଛି ।ମୃତକ ମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଅନ୍ୟପକ୍ଷରେ ଆହତ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ହଷ୍ପିଟାଲକୁ ଭର୍ତି କରାଯାଇଥିଲା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟଯେ ଆଜି ସକାଳ ୬ଟା୪୦ରେ ମିନିଟ ସମୟରେ ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ଇଞ୍ଜିନ ସମତେ ୬୧ଟି ଡବା ବିଶିଷ୍ଟ ମାଲବାହୀ ଗାଡି (ନମ୍ବର ୨୮୭୫୫/୩୨୮୫୬) ଏକ ଖାଲି ଟ୍ରେନ ଖଡପୁରରୁ ଛତ୍ରପୁର ଅଭିମୁଖେ ଯାଇଥିଲା ବେଳେ କୋରାଇ ଷ୍ଟେସନରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ୬୧ଡବା ବାଇଷ୍ଟ ଏହି ଟ୍ରେନୀ ୧୭ନମ୍ବର ଖାଲି ଡବାର ଡୋର ଖୋଲା ରହିଥିବାରୁ ୮୦ରୁ ୯୦ ସ୍ପିଡରେ ଯାଉଥିବାରୁ ସେ ଡୋରଟି କୋରାଇ ଷ୍ଟେସନର ପ୍ଲାଟଫର୍ମ ପିଣ୍ଡିରେ ପିଡିହେବା ଫଳରେ ସେଡାବ ପ୍ରଥମେ ଲାଇନ ଚ୍ୟୁତ ହୋଇଥିଲାଏହା ଘୁଷୁରି ଘୁଷୁରି ୨୦୦ମିଟର ଯିବା ପରେ ସେ ଡବାର ପଛକୁ ଥିବା ୧୮ନମ୍ବର ଡବା ଛିଡିଯାଇଥିଲା ଫଳରେ ବେଗଗାମୀ ଟ୍ରେନଥିବାରୁ ପ୍ରାୟ ୧୬ଟି ଡବାଲାଇନଚ୍ୟୁତ ପ୍ଲଟ ଫର୍ମ ସମେତ ଯାତ୍ରୀ ବିଶ୍ରାମାଗାର ଓ ଟିକେଟ କାଉଂଟର ଉପରକୁ ଛିଟିକି ପଡିଥିଲା ପଡଇଥିଲା । ଏହି ସମୟରେ ଅର୍ଥାତ ୭ଟା ବେଳେ ବାଲେଶ୍ୱର-ପଲାସା ଦୈନିକ ପାସେଞ୍ଜର ଡିଏମୟୁ ଟ୍ରେନରେ ଆସିବାକୁ ଥିବାରୁ ସେଥିରେ ଯିବାକୁ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କ ଦୁଘଁଟଣାର ଶିକାର ହୋଇଥିଲେ । ଏଥିରେ ଷ୍ଟେସନମାଷ୍ଟର କାର୍ଯ୍ୟାଳୟ ମଧ୍ୟ ଭାଙ୍ଗିଯାଇଛି । ପୂର୍ବତଟ ରେଳବାଇର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତର୍ମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ମିଳିଛି । ଅନ୍ୟପକ୍ଷରେ ଉଦ୍ଧାର କର୍ଯ୍ୟ ଜାରିରହିଥିଲା ବେଳେ ରେଳ ବିଭାଗରେ ଡିଆରଏମ ଓ ରେଳବାଇ ଊଦ୍ଧାରକରୀ ଦଳ, ଜିଲାପ୍ରକାଳ୍ପଅଧିକାରୀ ଅଶୋକକୁମାର ବେହେୁରିଆ, କୋରାଇ ବିଡିଓ ରଞ୍ଜନକୁମାର ପରିଡାଙ୍କ ସମେତ ଜିଲାପ୍ରଶାସନ , ଏସଡିପିଓ ସଞ୍ଜୟକମୁାମର ପ…ନାୟ, କୋରାଇ ଥାନା ଅଧିକାରି ସଂଘମିତ୍ରା ନାୟକ, ବିଶ୍ୱିଜିତ ବିଶ୍ୱାଳ, ବ୍ୟାସନଗର ଥନାଅଧିକାରୀ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ପୁଲିସ ବାହିନୀ ଓଡ୍ରାଫ ଟିମ ପୁଲିସ ଉପସ୍ଥିତି ରହି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଘଟଣା ସ୍ଥଳେ ଗ୍ରାମ୍ୟଉନ୍ନୟନ ମବୀ ପ୍ରିତିରଂଜନ ଘଡାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ତଥା ମୋ କଲେଜ’ ଅଧକ୍ଷ ଆକାଶ ଦାସନାୟକ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଅଶୋକଦାସ ଫାଉଣ୍ଡେସନରଅ ଅଧ୍ୟକ୍ଷ ଭବପ୍ରକାଶ ଦାସ, ଜିଲାପରିଷଦ ଅଧ୍ୟକ୍ଷ ନଳିନୀପ୍ରଭା ଜେନା, କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ, ଆପରଜିଲା ସଭାପତି ମନୋଜ ମହାନ୍ତି ଆପନେତା ତଥା କୋରାଇର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧରଣୀଧର ଘଡାଇ, ଜିଲାପରିଷଦ ସଭ୍ୟ ଉମାକାନ୍ତ ମାଝୀ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି,ଜିଲାଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି, ବିଧାୟକ ପ୍ରତିନିଧି ତାରକେଶ୍ୱର ମହାନ୍ତିଙ୍କ ସମେତ ବହୁ ରାଜନେତା, ସମାଜସେବୀ ପ୍ରମୁଖ ପହଂଚି ଉଦ୍ଧାର କାର୍ଯ୍ୟରେ ସଂପର୍କରେ ପଚାରି ବୁଝିଥିଲେ । ଦୁର୍ଘଟଣାରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ପରିବାରୁକୁ ୫ଲକ୍ଷ, ଗୁରୁତର ଆହତଙ୍କୁ ଚିକିତ୍ସା ନିମନ୍ତେ ୧ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୨୫ହଜାର ଟଙ୍କାଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ବେଳେ ରାଜ୍ୟସରକାଙ୍କ ପକ୍ଷରୁ ମୃତାହତ ପରିବାରଙ୍କୁ ୨ଲକ୍ଷଟଙ୍କ ଲେଖାଁଏ ପ୍ରାଦାନ କରାଯିବାକୁ ମୁଖ୍ୟମବୀ ଘୋଷଣା କରିଛନ୍ତି । ଅପରାହ୍ଣରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ମବୀ ପ୍ରମିଳା ମଲିକ, ଆରଡିସି, ଏଡିମ, କୋରାଇ ବିଧାୟକ ଶ୍ରୀ ବଳ, ଜିଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଜେନା ପ୍ରମୁଖ ସାମ୍ବାଦିକ ସ୧ିଳନୀକରି ଦୁର୍ଘଟଣା ଉଦ୍ଧାରାକାର୍ଯ୍ୟ ଓ ବିପନ୍ନଙ୍କୁ ଏବଂ ପରିବାରକୁ ସହାୟତା ପ୍ରଦାନ କରାଯିବାକୁ ସୂଚନା ଦେଇଥିେଲେ । ହେଲେ ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ବେଳେ ପ୍ଲାଟଫର୍ମରୁ ଦୁର୍ଘଟଣା ଗ୍ରସ୍ତ ଟ୍ରେକକୁ ହଟାଇ ପରିଷ୍କାର କରିବା ଲାଗି ସର୍ବନିମ୍ନ ୨୦ଘଂଟ ସମୟ ଲାଗିବ ବୋଲି ଡିଆରଏମ ସୂଚନା ଦେଇଛନ୍ତି ।
No Result
View All Result